Advertisment

କୋଟିପତି ଆରଟିଓଙ୍କର ରାଜଧାନୀରେ ଫ୍ଲାଟ ସାଙ୍ଗକୁ ଅଛି ସପିଂ ଆଉଟ୍‌ଲେଟ୍‌

ବସନ୍ତଙ୍କ ଘରୁ ୧.୧୬ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ପ୍ରାୟ କୋଟିଏ ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Vigilance Raid

Vigilance Raid

କୋଟିପତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ରାଜଧାନୀରେ ଫ୍ଲାଟ ସାଙ୍ଗକୁ ରହିଛି ସପିଂ ଆଉଟ୍‌ଲେଟ୍‌। ଏହାସହ ବ୍ୟାଙ୍କରେ ଜମା ରହିଛି ପ୍ରାୟ କୋଟିଏ ଟଙ୍କା। ଏତେ ଟଙ୍କାର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି।

Advertisment

ବସନ୍ତଙ୍କ ଘରୁ ୧.୧୬ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ପ୍ରାୟ କୋଟିଏ ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି। ଏହାସହ ବସନ୍ତଙ୍କର ଭୁବନେଶ୍ୱରରେ ୨ଟି ଫ୍ଲାଟ ଠାବ କରାଯାଇଥିବା ବେଳେ ୨ କମର୍ସିଆଲ ସପିଂ ଆଉଟ୍‌ଲେଟ୍‌ ରହିଛି। ଭୁବନେଶ୍ୱର ଉତ୍କଳ କନିକା ଗାଲେରିଆରେ ଏହି ସପିଂ ଆଉଟ୍‌ଲେଟ୍‌ ରହିଥିବା ଜଣାଯାଇଛି। ଯାହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ।

ଆଜି ବସନ୍ତଙ୍କ ଘର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବସନ୍ତ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ୬ମାସ ତଳେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା।

Advertisment
Vigilance Raid