Advertisment

ମଦ ପିଆଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ୫ ଅଭିଯୁକ୍ତ

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଉକ୍ତ ହୋଟେଲରେ ପ୍ରାୟ ଦେଢ ବର୍ଷ ହେବ କାମ କରୁଛନ୍ତି। ଘଟଣା ଦିନ ତାଙ୍କୁ କିଛି ଯୁବକ ଟାଣି ଟାଣି ହୋଟେଲର ଏକ ରୁମ୍‌କୁ ନେଇ ଯାଇଥିଲେ।

author-image
Niharika Rout
undefined

Rape

ହୋଟେଲରେ ଗଣବଳାତ୍କାରର ଶିକାର ହେଲେ ହୋଟେଲ କର୍ମଚାରୀ । ଯେଉଁ ହୋଟେଲରେ ଯୁବତୀଜଣକ ଗତ ଦେଢ ବର୍ଷ ହେଲା କାମ କରୁଥିଲେ, ସେହି ହୋଟେଲରେ ହେଲେ ଗଣବଳାତ୍କାରର ଶିକାର। ପ୍ରବଳ ବିରୋଧ ସତ୍ତ୍ୱେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଟାଣି ଟାଣି ରୁମ୍‌କୁ ନେବା ସହ ସେଠାରେ ପ୍ରବଳ ପିଟିଥିବା ଜଣାଯାଇଛି। ଏପରିକି ଜୋରଜବରଦସ୍ତ ମଦ ପିଆଇ ତାଙ୍କର ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ସାଂଘାତିକ ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି। ପୁଲିସ୍‌ ଏହି ଘଟଣାରେ ସମୁଦାୟ ୫ ଜଣଙ୍କୁ ବାନ୍ଧିଛି। ସେମାନଙ୍କ ମଧ୍ୟରେ ୪ ଯୁବକ ଓ ଜଣେ ମହିଳା ଥିବା ଜଣାଯାଇଛି।

Advertisment

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଉକ୍ତ ହୋଟେଲରେ ପ୍ରାୟ ଦେଢ ବର୍ଷ ହେବ କାମ କରୁଛନ୍ତି। ଘଟଣା ଦିନ ତାଙ୍କୁ କିଛି ଯୁବକ ଟାଣି ଟାଣି ହୋଟେଲର ଏକ ରୁମ୍‌କୁ ନେଇ ଯାଇଥିଲେ। ବାରମ୍ବାର କାକୁତିମିନତି ସତ୍ତ୍ୱେ ସେମାନେ ତାଙ୍କୁ ଛାଡ଼ି ନ ଥିଲେ। ଏହାର ଭିଡିଓ ବି ହୋଟେଲ ସିସିଟିଭିରେ ରେକର୍ଡ ହୋଇଥିବା ଜଣାଯାଇଛି।

ଏହାପରେ ରୁମ୍‌କୁ ନେଇ ଯାଇ ସେମାନେ ଯୁବତୀଙ୍କୁ ଜୋରଜବରଦସ୍ତ ମଦ ପିଆଇଥିଲେ। ଏହାର ବିରୋଧ କରିବାରୁ ସେମାନେ ତାଙ୍କୁ ପ୍ରବଳ ପିଟିଥିବା ଯୁବତୀଜଣକ କହିଛନ୍ତି। ଏହାପରେ ସେମାନେ ତାଙ୍କର ଗଣବଳାତ୍କାର କରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ତାଙ୍କର ଜଣେ ସାଙ୍ଗ ଥିବା ଯୁବତୀଜଣକ ପୁଲିସ୍ ସମ୍ମୁଖରେ କହିଛନ୍ତି।

Advertisment

ପୁଲିସ୍‌ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଯୁବତୀଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛି।

Rape Gang Rape