Advertisment

ରାଜଧାନୀରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ପୁଲିସ୍‌ କହିଛି ଯେ ଅଭିଯୁକ୍ତ ଜଣକ ଚକଲେଟ ଦେବା ନାଁରେ ନାବାଳିକାଙ୍କୁ ନିଜ ପାଖକୁ ଆଣିଥିଲା। ଏହାପରେ ତାଙ୍କୁ ଗୋଟିଏ ନିଛାଟିଆ ଅଞ୍ଚଳକୁ ନେଇ ଯାଇଥିଲା।

undefined

Stop Rape

Advertisment

ଦେଶର ରାଜଧାନୀରେ ଅତ୍ୟନ୍ତ ଲଜ୍ଜା ଓ ଭୟଙ୍କର ଘଟଣା ଘଟିଛି। ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଦିଲ୍ଲୀର ବାୱାନା ଅଞ୍ଚଳରେ କିଛି ଦିନ ତଳେ ଘଟଣା ଘଟିଥିଲା। ନାବାଳିକାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ମୃତଦେହକୁ ବାୱାନାରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀ ଭିତରେ ଲୁଚାଇ ଦେଇଥିଲା।

Advertisment

ପୁଲିସ୍‌ କହିଛି ଯେ ଅଭିଯୁକ୍ତ ଜଣକ ଚକଲେଟ ଦେବା ନାଁରେ ନାବାଳିକାଙ୍କୁ ନିଜ ପାଖକୁ ଆଣିଥିଲା। ଏହାପରେ ତାଙ୍କୁ ଗୋଟିଏ ନିଛାଟିଆ ଅଞ୍ଚଳକୁ ନେଇ ଯାଇଥିଲା।

ସେଠାରେ ସେ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହାପରେ ତାଙ୍କୁ ତଣ୍ଟି ଚିପି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ହତ୍ୟା ପରେ ସେ ମୃତଦେହକୁ ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ଫ୍ୟାକ୍ଟ୍ରୀ ଭିତରେ ଲୁଚାଇ ଦେଇ ଫେରାର ହୋଇ ଯାଇଥିଲା।

Advertisment

କିନ୍ତୁ ଝିଅଟିର ପରିବାର ଲୋକ ଖୋଜା ଖୋଜି କରି ହତାଶ ହେବାରୁ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ସ୍ଥାନୀୟ ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରିବାରୁ ନାବାଳିକାଙ୍କୁ ଅଭିଯୁକ୍ତ ଜଣକ ନିଜ ସହ ନେଇ ଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା।

ପୁଲିସ ଏହାକୁ ଆଧାର କରି ପ୍ରଥମେ ଅଭିଯୁକ୍ତ ବ୍ୟକ୍ତି ପାଖରେ ପହଞ୍ଚିଥିଲା। ତାକୁ ଗିରଫ କରିବା ପରେ ଫ୍ୟାକ୍ଟ୍ରୀ ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଛି। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଥିବା ବିସ୍ତୃତ ସୂଚନା ମିଳି ପାରି ନାହିଁ।

Delhi Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe