/odisha-reporter/media/post_attachments/uploadimage/library/16_9/16_9_0/Naxal_1705032017.jpg)
Naxal
ପୁଲିସ ଇନଫର୍ମର ନିଜର ପୁରୁଣା ସାଥୀକୁ ଗୁଳି କରି ହତ୍ୟା କରିଛନ୍ତି ନକ୍ସଲ। ଏପରି ଘଟଣା ଘଟିଛି ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଥିବା ସରଣ୍ଡା ଜଙ୍ଗଲରେ। ମୃତକ ହେଲେ ସମଥା ଗାଁର ନେଲସନ ଭେଙ୍ଗ୍ରା। ତାଙ୍କ ମୃତଦେହ ନିକଟରେ ଏକ ପୋଷ୍ଟର ମଧ୍ୟ ଛାଡ଼ି ଯାଇଛନ୍ତି ନକ୍ସଲ।
Advertisment
ମଙ୍ଗଳବାର ରାତିରେ ସଶସ୍ତ୍ର ନକ୍ସଲମାନେ ସମଥା ଗାଁକୁ ଆସି ନେଲସନଙ୍କୁ ଘେରି ଯାଇଥିଲେ। ପରେ ତାଙ୍କୁ ଗାଁରୁ ବାହାରକୁ ନେଇ ନିସ୍ତୁକ ମାଡ଼ ମାରିବା ପରେ ଗୁଳି କରି ହତ୍ୟା କରିଥିଲେ। ଏହା ସହିତ ତାଙ୍କର ଫୋନ୍, ଅନ୍ୟ ସାମଗ୍ରୀକୁ ପୋଡ଼ି ଦେଇଥିଲେ।
ଆଗରୁ ନେଲସନ ନକ୍ସଲ ସଂଗଠନରେ ସକ୍ରିୟ ଥିଲେ। ପରେ ଏଥିରୁ ବାହାରି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ। କଲଭର୍ଟ ନିର୍ମାଣ କାମରେ ସେ ନାଇଟ୍ ଗାର୍ଡ ଭାବେ କାମ କରୁଥିଲେ। ମଙ୍ଗଳବାର ରାତିରେ ସେ ଡ୍ୟୁଟିରେ ଥିବା ବେଳେ ନକ୍ସଲମାନେ ତାଙ୍କୁ ହତ୍ୟା କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
