Advertisment

ଅବସରପ୍ରାପ୍ତ IAF ଅଧିକାରୀଙ୍କଠୁ ଲୁଟ୍ ହୋଇଥିବା ୧.୩ କୋଟି ଟଙ୍କା ଉଦ୍ଧାର କଲା ପୁଲିସ

ମାତିଛନ୍ତି ସାଇବର ଲୁଟେରା, ଅବସରପ୍ରାପ୍ତ IAF ଅଧିକାରୀଙ୍କଠୁ ଅତି ଚତୁରତାର ସହ ୧.୩ କୋଟି ଟଙ୍କା ଲୁଟି ନେଇଥିଲେ। ଟେଲିଗ୍ରାମ ଜରିଆରେ କିପରି ବିଛାଉଛନ୍ତି ଜାଲ, ଜାଣନ୍ତୁ...

Retired IAF Officer & Police

Retired IAF Officer & Police

Advertisment

ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କଠାରୁ ଲୁଟ୍ ହୋଇଥିବା ୧.୩ କୋଟି ଟଙ୍କା ଉଦ୍ଧାର କରିବାରେ ସଫଳ ହୋଇଛି ଦିଲ୍ଲୀ ପୁଲିସ। ଦୀର୍ଘଦିନର ଅପରେସନ ପରେ ପୁଲିସ ଟଙ୍କା ଫେରାଇ ଆଣିଛି। ଏଥିସହ ମାମଲାରେ ସମ୍ପୃକ୍ତ ଦିଲ୍ଲୀ ରୋହିଣୀରେ ଅବସ୍ଥିତ ୟେସ୍ ବ୍ୟାଙ୍କର ଦୁଇ ଜଣ ସେଲ୍ସ ମ୍ୟାନଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି।

Advertisment

ପୁଲିସର କହିବା ଅନୁସାରେ, ଫେବୃଆରୀରେ ଅବସରପ୍ରାପ୍ତ IAF ଅଧିକାରୀ ଜୟ ପ୍ରକାଶ ଟାଙ୍କ(୮୨) ସାଇବର କ୍ରାଇମ (ପୂର୍ବ) ପୁଲିସ ଷ୍ଟେସନରେ ଏକ ଅଭିଯୋଗ କରିଥିଲେ। ଷ୍ଟକ ମାର୍କେଟରେ ଇନଭେଷ୍ଟ କଲେ ଅଧିକ ଫେରସ୍ତ ମିଳିବାର ପ୍ରଲୋଭନ ଦେଖାଇ ତାଙ୍କଠାରୁ ୧.୩ କୋଟି ଟଙ୍କା ଲୁଟ୍ ହୋଇଥିବା ସେ ଅଭିଯୋଗ କରିଥିଲେ। 

ଅଭିଯୋଗ ଅନୁସାରେ, ଜୟ ପ୍ରକାଶଙ୍କୁ ଲୁଟେରାମାନେ ଏକ ଟେଲିଗ୍ରାମ୍ ଗ୍ରୁପରେ ଆଡ୍ କରିଥିଲେ। ଏହି ଗ୍ରୁପରେ ଅନ୍ୟ ଉପଭୋକ୍ତାମାନେ ମଧ୍ୟ ଥିଲେ, ଯେଉଁ କାରଣରୁ ତାଙ୍କର ସଂସ୍ଥା ଉପରେ ବିଶ୍ୱାସ ହୋଇଥିଲା। ପ୍ରଥମେ ଇନଭେଷ୍ଟ କରିବା ପରେ ତାଙ୍କ ପାଖକୁ ବଡ଼ ଆମାଉଣ୍ଟର ଟଙ୍କା ଫେରସ୍ତ ହୋଇଥିଲା। ଏହାପରେ ସେ ଅଧିକରୁ ଅଧିକ ଟଙ୍କା ଇନଭେଷ୍ଟ କରିଥିଲେ।  

Advertisment

କିନ୍ତୁ କିଛି ଦିନ ପରେ ଟଙ୍କା ଫେରସ୍ତ ହୋଇନଥିଲା। ଯେତେବେଳେ ଏଜେଣ୍ଟମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, ସେମାନେ ଧରାଛୁଆଁ ଦେଇନଥିଲେ। ଫଳରେ ସେ ଏହା ଏକ ଠକ ସଂସ୍ଥା ବୋଲି ହୃଦୟଙ୍ଗମ କରି ଫେବୃଆରୀରେ ସାଇବର ଥାନାରେ ଅଭିଯୋଗ କରିଥିଲେ।

ସଇବର ଥାନା ପୁଲିସ ଆଇପିସି ଧାରା ୪୨୦ (ପ୍ରତାରଣା) ଏବଂ ୧୨୦-ବି (ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଶେଷରେ ପୁଲିସ ୟେସ୍ ବ୍ୟାଙ୍କର ଦୁଇ ସେଲ୍ସ ମ୍ୟାନଙ୍କ ସମେତ ୭ ଜଣଙ୍କୁ ଗିରଫ କରିବା ସହ ଅବସରପ୍ରାପ୍ତ ଅଧିକାରୀଙ୍କ ୧.୩ କୋଟି ଟଙ୍କା ଉଦ୍ଧାର କରିଛି।

ବାରମ୍ବାର ଏପରି ମାମଲା ସାମ୍ନାକୁ ଆସୁଥିବାରୁ ପୁଲିସ ପ୍ରଶାସନ ତଥା ସରକାରୀସ୍ତରରେ ଲୋକମାନଙ୍କୁ ସଚେତନ କରାଯାଉଛି। ଯାଞ୍ଚ ନକରି କୌଣସି ବି ସଂସ୍ଥାରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ। ସଚେତନ ରହିଲେ ନିଶ୍ଚିତ ରୂପେ ସାଇବର ଅପରାଧକୁ ରୋକାଯାଇ ପାରିବ। 

Loot Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe