Advertisment

ବବା କେମିତି ଅଛ କହି ଲୁଟି ନେଲେ ୧.୯୯ ଲକ୍ଷ ଟଙ୍କା

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି।

author-image
Jitendra Garnayak
Sambaru Panika

Sambaru Panika

ଜଣେ ବ୍ୟକ୍ତି ବ୍ୟାଙ୍କରୁ ୧ ଲକ୍ଷ ୯୯ ହଜାର ଟଙ୍କା ଉଠାଇ ଫେରୁଥିବା ବେଳେ ବାଟରୁ ଝାମ୍ପି ନେଲେ ଦୁଇ ଦୁର୍ବୃତ୍ତ। ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ।

Advertisment

ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ସମବାରୁ ପନିକା। ସେ ଆଜି କଣ୍ଟାବାଞ୍ଚି ସ୍ଥିତ ଏସ୍‌ବିଆଇକୁ ଯାଇ ୧ ଲକ୍ଷ ୯୯ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ବିଡ଼ା ଗୁଡ଼ିକୁ ସେ ଏକ ବ୍ୟାଗରେ ଭର୍ତ୍ତି କରି ତାଙ୍କ ଲୁନା ଗାଡ଼ିର ଆଗରେ ଝୁଲାଇ ଘରକୁ ଫେରୁଥିଲେ।

ବ୍ୟାଙ୍କଠାରୁ ମାତ୍ର କିଛି ବାଟ ଆସିଥିବା ବେଳେ ପଛପଟୁ ବାଇକ୍‌ରେ ଆସି ଦୁଇ ଜଣ ମୁଖା ପିନ୍ଧା ବ୍ୟକ୍ତି ତାଙ୍କୁ ବବା (ବଡ଼ ବାପା) କେମିତି ଅଛ ବୋଲି ପଚାରିଥିଲେ। ସେମାନଙ୍କ ଆଡ଼କୁ ଚାହିଁ ସମବାରୁ ପନିକା ତାଙ୍କ ଲୁନାର ବେଗକୁ ଟିକା ଧିମା କରି ଦେଇଥିଲେ। ସେତିକି ବେଳେ ବାଇକ୍‌ରେ ଥିବା ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଲୁନାର ଆଗରେ ଝୁଲି ରହିଥିବା ଟଙ୍କା ବ୍ୟାଗକୁ ଟାଣି ନେଇ ଥିଲେ। ଏହା ପରେ ଦୁର୍ବୃତ୍ତମାନେ ଦ୍ରୁତଗତିରେ ସେଠାରୁ ଫେରାର ହୋଇଯାଇଥିଲେ।

Advertisment

କଣ୍ଟାବାଞ୍ଜିରୁ ବଲାଙ୍ଗୀରକୁ ଯାଇଥିବା ମୁଖ୍ୟରାସ୍ତାରେ ଏହି ଲୁଟ୍ ହୋଇଛି। ସମବାରୁ ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଗୁଡ଼ିକୁ ଯାଞ୍ଚ କରି ତଦନ୍ତ ଚଳାଇଛି।

Loot