Advertisment

ବାଇକ୍‌ ଡିକି ଭାଙ୍ଗି ୧ ଲକ୍ଷ ୨୫ ହଜାର ଟଙ୍କା ନେଇଗଲେ

ଗୋଟିଏ ବାଇକରେ ଦୁଇ ଜଣ ଯୁବକ ଆସି ବାଇକର ଡିକି ଭାଙ୍ଗି ୧ ଲକ୍ଷ ୨୫ ହଜାର ଟଙ୍କା ନେଇ ଫେରାର ମାରିଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
Balangir

Balangir

ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିବା ବେଳେ ଜଣେ ଧାନ ବ୍ୟବସାୟୀ ଲୁଟ୍‌ର ଶିକାର ହୋଇଛନ୍ତି। ତାଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି ୨ ଦୁର୍ବୃତ୍ତ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ବାଘମୁଣ୍ଡ ଗାଁରେ।

Advertisment

ଆଜି ସକାଳେ ଧାନ ବ୍ୟବସାୟୀ କେଚ ସାହୁ ପାଟଣାଗଡ଼ HDFC ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ଡିକିରେ ରଖି ଘରକୁ ଫେରୁଥିଲେ। ସେ ବ୍ୟାଙ୍କଠାରୁ କିଛି ଦୂର ଯାଇଥିବା ବେଳେ ବାଇକ ହ୍ୟାଣ୍ଡେଲରେ କିଛି ଅଠା ଭଳି ଜିନିଷ ଲାଗିଥିବା ଦେଖିଥିଲେ। ହ୍ୟାଣ୍ଡେଲକୁ ସଫା କରିବାକୁ ଗୋଟିଏ ଦୋକାନ ଆଗରେ ବାଇକ ରଖି ଭିତରକୁ ପାଣି ଆଣିବାକୁ ଯାଇଥିଲେ। ସେହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଯୁବକ ଆସି କେଚ ସାହୁଙ୍କ ବାଇକର ଡିକି ଭାଙ୍ଗି ୧ ଲକ୍ଷ ୨୫ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

କେଚ ସାହୁ ଏହି ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୁଲିସ ଛାନଭିନ୍ ଆରମ୍ଭ କରିଛି।

Advertisment
Loot