Advertisment

ଚାଷୀଙ୍କ ଜମାଖାତାରୁ ୧ ଲକ୍ଷ ୫୮ ହଜାର ଟଙ୍କା ଆତ୍ମସାତ

ଚାଷୀ ଧରଣୀଧର ନାୟକଙ୍କ ଋଣ ଟଙ୍କା ବ୍ୟାଙ୍କ ଜମାଖାତାରୁ ନେଲା କିଏ?

Farmer

Farmer

Advertisment

ଜଣେ ଚାଷୀଙ୍କ ଜମାଖାତାରୁ ୧ଲକ୍ଷ ୫୮ହଜାର ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଓ  ବରୁଣା ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ଅଭିଯୋଗ ଆଣିଥିବା ଚାଷୀଙ୍କ ନାଁ ଧରଣୀଧୀ ନାୟକ। ତାଙ୍କ ଘର ରାଜକନିକା ଥାନା ଅଧୀନ ପାତୁଳି ଗାଁରେ।

Advertisment

ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଧରଣୀଧର ବରୁଣା ପ୍ରାଥମିକ କୃଷି ସମବାୟ ସମିତିରୁ ୧ଲକ୍ଷ ୫୯ ହଜାର ଟଙ୍କା ଋଣ କରିଥିଲେ। ଏହି ଟଙ୍କା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜକନିକା ଶାଖାରେ ଥିବା ତାଙ୍କ ଜମାଖାତାକୁ ଆସିଥିଲା। ହେଲେ ସେ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଜମାଖାତାରୁ ୧ ଲକ୍ଷ ୫୮ ହଜାର ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ।

ଏନେଇ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ପରେ ସେ ଏହି ଘଟଣା ନେଇ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବରୁଣା ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଚଞ୍ଚକତା କରି ତାଙ୍କ ଋଣ ଟଙ୍କା ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଧରଣୀଧରଙ୍କଠାରୁ ଲିଖିତ ଅଭିଯୋଗ ପାଇବା ପରେ ରାଜକନିକ ଥାନା ପୁଲିସ ବ୍ୟାଙ୍କକୁ ଯାଇ କାଗଜପତ୍ର ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରାଜକନିକା ଶାଖା ପରିଚାଳକ ସଞ୍ଜୀବ ମହାପାତ୍ର କହିଛନ୍ତି ଯେ କାଜଗପତ୍ର କହୁଛି ସେ (ଚାଷୀ ଧରଣୀଧର ନାୟକ) ନିଜେ ତାଙ୍କ ଟଙ୍କା ଉଠାଇଛନ୍ତି। ତଦନ୍ତ ଚାଲିଛି। ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe