Advertisment

କଳା ପଲସରରେ ଆସି ମହିଳାଙ୍କଠାରୁ ଝାମ୍ପି ନେଲେ ଏକ ଲକ୍ଷ ଟଙ୍କା

ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାଁ ମଞ୍ଜୁଲତା ପାଳ। ତାଙ୍କ ଘର ଜଳେଶ୍ୱର ବ୍ଲକ୍ ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତର ପ୍ରହରାଜପୁର ଗାଁରେ।

Jaleswara Police Station

Jaleswara Police Station

Advertisment

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବଡ଼ବଜାର-ଅଗ୍ରୱାଲା ରାସ୍ତାର ଚନ୍ଦନା ପାଖରେ ଥିବା ପାର୍ବତୀ ଇଟାଭାଟି ନିକଟରୁ ଆଜି ଜଣେ ମହିଳାଙ୍କଠାରୁ ୧ ଲକ୍ଷ ୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

Advertisment

ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାଁ ମଞ୍ଜୁଲତା ପାଳ। ତାଙ୍କ ଘର ଜଳେଶ୍ୱର ବ୍ଲକ୍ ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତର ପ୍ରହରାଜପୁର ଗାଁରେ। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ତାଙ୍କ ପଡ଼ୋଶୀ ବିଜୟ ମହାନ୍ତିଙ୍କ ସହିତ ଜଳେଶ୍ୱର ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାକୁ ଆସିଥିଲେ। କୌଣସି କାର୍ଯ୍ୟ ପାଇଁ ସେ ବ୍ୟାଙ୍କରୁ ୧ ଲକ୍ଷ ୫ ହଜାର ଟଙ୍କା ଉଠାଇ ଥିଲେ। ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ସେ ଗାଁ ଅଭିମୁଖେ ଫେରୁଥିବା ବେଳେ ଜଳେଶ୍ୱର ବଡ଼ବଜାର-ଅଗ୍ରୱାଲା ରାସ୍ତାର ଚନ୍ଦନା ପାଖରେ ଥିବା ପାର୍ବତୀ ଇଟାଭାଟି ନିକଟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କଠାରୁ ସମସ୍ତ ଟଙ୍କା ଲୁଟ୍ କରି ନେଇଥିଲେ।

ଉକ୍ତ କଳା ପଲସରରେ ୨ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନେ ହେଲ୍‌ମେଟ୍ ପିନ୍ଧିଥିଲେ। ସେମାନେ ପଛ ପଟୁ ଆସି ହଠାତ୍ ମଞ୍ଜୁଲତାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଥିଲେ। ଏହି ଘଟଣା ନେଇ ଅଭିଯୋଗ ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।

Advertisment

ଜଳେଶ୍ୱରରୁ ଅଜିତ କୁମାର ଦାସଙ୍କ ରିପୋର୍ଟ

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe