Advertisment

ଗୋରୁ ବେପାରୀଙ୍କ ଠାରୁ ଲୁଟ୍‌, ବନ୍ଧୁକ ଦେଖାଇ ନେଇଗଲେ ୧ ଲକ୍ଷ ଟଙ୍କା

କେନ୍ଦୁଝର ଜିଲ୍ଲା ତେଲକୋଇ-ଜଗମୋହନପୁର ରାସ୍ତାର ଚନ୍ଦ୍ରଶେଖରପୁର ଗାଁ ନିକଟରେ ଲୁଟର ଶିକାର ହୋଇଛନ୍ତି ଦୁଇ ଜଣ ଗୋରୁ ବେପାରୀ।

author-image
Jitendra Garnayak
Victim

Victim

କେନ୍ଦୁଝର ଜିଲ୍ଲା ତେଲକୋଇ-ଜଗମୋହନପୁର ରାସ୍ତାର ଚନ୍ଦ୍ରଶେଖରପୁର ଗାଁ ନିକଟରେ ଲୁଟର ଶିକାର ହୋଇଛନ୍ତି ଦୁଇ ଜଣ ଗୋରୁ ବେପାରୀ। ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଓ ଭୁଜାଲିରେ ଆକ୍ରମଣ କରି ସେମାନଙ୍କଠାରୁ ନେଇଗଲେ ୧ ଲକ୍ଷ ୧୦ ହଜାର ଟଙ୍କା।

Advertisment

ଆଜି ସକାଳେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଙ୍କି ଗାଁର ଆଲୋକ ପଲେଇ ଓ ଅମୀୟ କୁମାର ବାରିକ ଛାମୁଣ୍ଡା ହାଟକୁ ଯାଉଥିଲେ। ସେମାନେ ତେଲକୋଇରେ ପହଞ୍ଚିବା ପରେ ଏକ ହୋଟେଲରେ ଜଳଖିଆ ଖାଇଥିଲେ। ତା’ପରେ ଛାମୁଣ୍ଡା ଗାଁ ଅଭିମୁଖେ ଯାଇଥିଲେ। ହେଲେ ଚଦ୍ରଶେଖରପୁର ନନା ବଗିଚା ନିକଟରେ ଦୁଇଜଣ ଲୁଟେରା ବାଇକରେ ଆସି ସେମାନଙ୍କୁ ଅଟକାଇଥିଲେ।

ଦୁର୍ବୃତ୍ତମାନେ ସେମାନଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଦେବାକୁ କହିଥିଲେ। ପ୍ରତିରୋଧ କରିବାରୁ ଦୁର୍ବୃତ୍ତ ଦ୍ୱୟ ଆଲୋକ ଓ ଅମୀୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଭୁଜାଲି ଆକ୍ରମଣରେ ଜଣଙ୍କ ଶରୀରରେ ଆଘାତ ଲାଗିଛି।

Advertisment

ସେମାନଙ୍କଠାରୁ ୧ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇ ଦୁର୍ବୃତ୍ତମାନେ ବାଇକରେ ତେଲକୋଇ ପଟକୁ ଦ୍ରୁତଗତିରେ ପଳାଇଥିଲେ। ଲୁଟର ଶିକାର ହୋଇଥିବା ଆଲୋକ ଓ ଅମୀୟ ଏ ନେଇ ତେଲକୋଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Loot