Advertisment

ବନ୍ଧୁକ ମୁନରେ ଜନସେବା କେନ୍ଦ୍ର ମାଲିକଠାରୁ ଲୁଟି ନେଲେ ୧ଲକ୍ଷ ଟଙ୍କା ଓ ଲାପଟପ୍

ଗତକାଲି ରାତି ପ୍ରାୟ ୯ଟା ସମୟରେ ଜନସେବା କେନ୍ଦ୍ର ମାଲିକ ଓମ ପ୍ରକାଶ ସାହୁ ଦୋକାନ ବନ୍ଦ କରି ସ୍କୁଟି ଯୋଗେ ନିଜ ଘର ଚକପୁରକୁ ଯାଉଥିଲେ।

Loot

Loot

Advertisment

ବନ୍ଧୁକ ମୁନରେ ଜନସେବା କେନ୍ଦ୍ର ମାଲିକଙ୍କଠାରୁ ଲୁଟି ନେଲେ ନଗଦ ୧ଲକ୍ଷ ଟଙ୍କା ଓ ଲାପଟପ୍। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଚକପୁର ରାସ୍ତାରେ। ଏନେଇ ଜନସେବା କେନ୍ଦ୍ର ମାଲିକ ସାବରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଗତକାଲି ରାତି ପ୍ରାୟ ୯ଟା ସମୟରେ ଜନସେବା କେନ୍ଦ୍ର ମାଲିକ ଓମ୍ ପ୍ରକାଶ ସାହୁ ଦୋକାନ ବନ୍ଦ କରି ସ୍କୁଟି ଯୋଗେ ନିଜ ଘର ଚକପୁରକୁ ଯାଉଥିଲେ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ବାଟରେ ଅଟକାଇ ଥିଲେ। ଓମ୍ ପ୍ରକାଶଙ୍କ ନିକଟରେ ଥିବା ନଗଦ ୧ ଲକ୍ଷ ଟଙ୍କା ଓ ଲାପଟପ୍‌ ଦେବାକୁ କହିଥିଲେ। ଓମ୍ ପ୍ରକାଶ ଦେବାକୁ ଅରାଜି ହେବାରୁ ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ଭୟଭୀତ କରିଥିଲେ। ପରେ ତାଙ୍କୁ ପାଖରୁ ଟଙ୍କା ଓ ଲାପଟପ୍‌ ନେଇ ଚମ୍ପଟ ମାରିଥିଲେ।

ଓମ୍ ପ୍ରକାଶ ଘଟଣା ସଂପର୍କରେ ସାବରଙ୍ଗ ବଜାରରେ ଥିବା ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକେ ଦୁର୍ବୃତ୍ତମାନଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ଦୁର୍ବୃତ୍ତମାନେ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ସେଠାରୁ ଚମ୍ପଟ ମାରିଥିଲେ। ସାବରଙ୍ଗ ଥାନା ପୁଲିସ ଓ ଭଦ୍ରକ ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି।

Advertisment
Loot Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe