Advertisment

ଏକ ଟନ୍‌ କଇଁଛ ଜବତ, ୨ ଗିରଫ

ଆନ୍ଧ୍ର ପ୍ରଦେଶର ନମ୍ବର ଥିବା ଏହି ପିକ୍‌ ଅପ୍ ଭ୍ୟାନ୍‌ଟିକୁ ଯାଞ୍ଚ କରାଯିବା ବେଳେ ସେଥିରେ କଇଁଛ ଥିବା ଜଣାପଡ଼ିଥିଲା। ମୋଟ ୩୫ଟି ବସ୍ତାରେ କଇଁଛଗୁଡ଼ିକୁ ରଖାଯାଇଥିଲା।

ଅଦ୍ୟତନ ହୋଇଛି
Turtle

Turtle

Advertisment

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବନ ବିଭାଗ ୧ ଟନ୍ (୧୦୦୦ କେଜି) କଇଁଛ ଜବତ କରିଛି। ଏହା ସହିତ ୨ ଜଣଙ୍କୁ ଗିରଫ କରିଛି। 

Advertisment

ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏକ ପିକ୍‌ ଅପ୍ ଭ୍ୟାନ୍‌ରେ ଏହି କଇଁଛଗୁଡ଼ିକୁ ଆନ୍ଧ୍ରପ୍ରଦେଶର ନରସିଂହପାଟଣାରୁ ମାଲକାନଗିରିର କାଲିମେଳା ଓ ଏମ୍‌ଭି୭୯କୁ ନିଆଯାଉଥିଲା। ଏ ସଂପର୍କରେ ସେମାନଙ୍କୁ ପୂର୍ବରୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଚିତ୍ରକୋଣ୍ଡା ରେଞ୍ଜର ବନମାଳୀ ନାୟକ ଏକ ଟିମ୍ ଗଠନ କରିଥିଲେ। ଏହି ଟିମ୍‌ ଆଜି ଦ୍ୱିପ୍ରହରରେ ଚିତ୍ରକୋଣ୍ଡା ସୀମାନ୍ତ ରାଜୁଲକୋଣ୍ଡାଠାରେ ପଇଁତରା ମାରୁଥିବା ବେଳେ କଇଁଛ ବୋଝେଇ ଗାଡ଼ିଟିକୁ ଧରିଥିଲା। ଆନ୍ଧ୍ର ପ୍ରଦେଶର ନମ୍ବର ଥିବା ଏହି ପିକ୍‌ ଅପ୍ ଭ୍ୟାନ୍‌ଟିକୁ ଯାଞ୍ଚ କରାଯିବା ବେଳେ ସେଥିରେ କଇଁଛ ଥିବା ଜଣାପଡ଼ିଥିଲା। ମୋଟ ୩୫ଟି ବସ୍ତାରେ କଇଁଛଗୁଡ଼ିକୁ ରଖାଯାଇଥିଲା। 

ଚିତ୍ରକୋଣ୍ଡା ବନାଞ୍ଚଳ ପକ୍ଷରୁ କଇଁଛ ଗୁଡ଼ିକୁ ଜବତ କରାଯିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରାଯାଉଛି।    

Advertisment
Turtle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe