Advertisment

୨ ହଜାର ଦେଇ ଭକୁଆ ବନାଇ ଦେଲେ, ୧୦ ସୁନା ଚେନ୍ ଧରି ପଳାଇଲେ

ଲୁଟ୍ ସୁନା ଚେନ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

Loot

Loot

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁର ମୁଖ୍ୟ ବଜାରରେ ଥିବା ପିକେ ଜୁଏଲାର୍ସରୁ ଆଜି ଦୁଇ ଜଣ ଲୁଟେରା ୧୦ଟି ସୁନା ଚେନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍ ସୁନା ଚେନ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। 

Advertisment

ଲୁଟେରା ଦ୍ୱୟ ଏକ ବାଇକ୍‌ରେ ଆସିଥିଲେ। ସୁନା ଚେନ୍ କିଣିବେ ବୋଲି କହିଥିଲେ। ଗୋଟିଏ ଚେନ୍ ପସନ୍ଦ ହେବା ପରେ ଅଗ୍ରୀମ ୨୦୦୦ ଟଙ୍କା ଦେଇଥିଲେ। ପରେ ଆସି ବାକି ଟଙ୍କା ଦେଇ ଉକ୍ତ ସୁନା ଚେନ୍‌କୁ ନେବେ ବୋଲି କହିଥିଲେ।

ଏହା ପରେ ଆଉ କିଛି ସୁନା ଅଳଙ୍କାର ଦେଖାଇବାକୁ ସେମାନେ ଦୋକାନୀଙ୍କୁ କହିଥିଲେ। ଦୋକାନୀ ସେମାନଙ୍କୁ ଆଉ କିଛି ସୁନା ଅଳଙ୍କାର ଦେଖାଇବାରେ ବ୍ୟସ୍ତ ଥିବା ବେଳେ ଲୁଟେରା ଦ୍ୱୟ କୌଶଳ କରି ୧୦ଟି ଚେନ୍ ହାତେଇ ନେଇଥିଲେ ଓ ସେଠାରୁ ଭଦ୍ର ଲୋକ ଭଳି ଚାଲି ଯାଇଥିଲେ।

Advertisment

ସେମାନେ ଯିବା ପରେ ଦୋକାନୀ ଜାଣିବାକୁ ପାଇଲେ ଯେ ତାଙ୍କ ଦୋକାନରୁ ୧୦ଟି ସୁନା ଚେନ୍ ଗାଏବ ହୋଇଯାଇଛି। ତା’ପରେ ସେ ଜାଣିଲେ ଯେ ସେ ଲୁଟ୍‌ର ଶିକାର ହୋଇଛନ୍ତି। ଏନେଇ ବାସୁଦେବପୁର ଥାନାରେ ସୁନା ଦୋକାନୀ ଅଭିଯୋଗ କରିଛନ୍ତି। ସିସିଟିଭି ଆଧାରରେ ପୁଲିସ ତଦନ୍ତ ଚଳାଇଛି।

ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳଙ୍କ ରିପୋର୍ଟ 

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe