Advertisment

ପଞ୍ଚ-ତାରକା ସହ ୧୦ ହୋଟେଲକୁ ବୋମା ଧମକ

ଇମ୍ପେରିଆଲ୍ ପ୍ୟାଲେସ୍, ସାୟାଜୀ ହୋଟେଲ୍, ସିଜନ୍ସ ହୋଟେଲ୍ ଏବଂ ଗ୍ରାଣ୍ଡ୍ ରେଜେନ୍ସିକୁ ବି ବୋମା ଧମକ ମିଳିଛି।

Police

Police

Advertisment

ଗୁଜରାଟର ରାଜକୋଟରେ ପଞ୍ଚ ତାରକା ସମେତ ୧୦ଟି ହୋଟେଲକୁ ମିଳିଛି ବୋମା ଧମକ। ବୋମା ପକାଇ ଉଡ଼ାଇ ଦେବାକୁ ଇମେଲ ଯୋଗେ ହୋଟେଲଗୁଡ଼ିକୁ ଧମକ ମିଳିଛି। ହୋଟେଲଗୁଡିକ ମଧ୍ୟରେ ଇମ୍ପେରିଆଲ୍ ପ୍ୟାଲେସ୍, ସାୟାଜୀ ହୋଟେଲ୍, ସିଜନ୍ସ ହୋଟେଲ୍ ଏବଂ ଗ୍ରାଣ୍ଡ୍ ରେଜେନ୍ସି ରହିଛି।

Advertisment

ଇମେଲରେ ଲେଖା ଯାଇଛି ଯେ, "ହୋଟେଲର ସବୁ ସ୍ଥାନରେ ବୋମା ରଖିଛି। କିଛି ଘଣ୍ଟା ମଧ୍ୟରେ ବୋମା ସବୁ ବନ୍ଦ ହୋଇଯିବ। ହୋଇପାରେ ଆଜି ଅନେକ ନିରୀହ ଜୀବନ ଚାଲି ଯାଇପାରେ। ତୁରନ୍ତ ହୋଟେଲରୁ ସେମାନଙ୍କୁ ସ୍ଥାନାନ୍ତର କରନ୍ତୁ, ତୁରନ୍ତ।"

ପାର୍ବଣ ଋତୁ ସମୟରେ ଏପରି ଧମକ ହୋଟେଲ୍ ମାଲିକଙ୍କ ସମେତ ପରିଦର୍ଶକଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଏନେଇ ଅଭିଯୋଗ ପାଇବା ପରେ ପୁଲିସ ଇମେଲ ଆଧାରରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛି। ଅତିଥି ଏବଂ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଅଧିକାରୀମାନେ ହୋଟେଲଗୁଡିକରେ କଡ଼ା ଯାଞ୍ଚ କରିଛନ୍ତି। କିନ୍ତୁ ଖବର ଲେଖା ହେବା ସୁଦ୍ଧା କୌଣସି ସ୍ଥାନରୁ ବୋମା ମିଳି ନଥିଲା। 

Advertisment

ଭାରତୀୟ ବିମାନଗୁଡିକୁ ଫେକ୍ ଧମକ ମିଳିବା ସମୟରେ ଏପରି ମାମଲା ସାମ୍ନାକୁ ଆସିଛି। କିଛି ଦିନ ହେବ ଅନେକ ଭାରତୀୟ ବିମାନକୁ ବୋମା ଧମକ ମିଳି ଚାଲିଛି। ଧମକ ପରେ ବିମାନର ଜରୁରୀ ଅବତରଣ କରାଯାଇ ଯାଞ୍ଚ କରିବା ପରେ ସେପରି କୌଣସି ସାମଗ୍ରୀ ମିଳୁନାହିଁ। ଏହାକୁ ନେଇ ବିମାନ କମ୍ପାନୀ, ସମ୍ପୃକ୍ତ ବିଭାଗ ଏବଂ ଯାତ୍ରୀ ଚିନ୍ତାରେ ପଡ଼ି ଥିବାବେଳେ ଗୁଜରାଟର ୧୦ଟି ହୋଟେଲକୁ ବୋମା ଧମକ ମିଳିଛି।

ତେବେ ଏପରି ଆତଙ୍କ ସୃଷ୍ଟି କରୁଥିବା ଘଟଣା ପଛରେ କାହାର ହାତ ରହିଛି। କେଉଁ ଉଦ୍ଦେଶ୍ୟରେ ଏପରି କରାଯାଉଛି, ତା'ର କାରଣ ଖୋଜୁଛି ପୁଲିସ।

Bomb Threat Gujarat Hotel Bomb Threat To Hotel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe