Advertisment

ରାତି ଅଧରେ କାର୍‌ ଯାଞ୍ଚ କଲା ପୁଲିସ୍‌, ପାଇଲା ୧୦ କେଜି ସୁନା

ଜବତ ସୁନା ବିସ୍କୁଟର ଓଜନ ପ୍ରାୟ ୧୦ କେଜି ପାଖାପାଖି ଓ ଏହାର ମୂଲ୍ୟ ୬ କୋଟି ଟଙ୍କା ହେବ ବୋଲି ଜଣାଯାଇଛି।

author-image
Niharika Rout
Gold Biscuit

Gold Biscuit

ରାତି ଅଧରେ ଗାଡ଼ି ଉପରେ ଚଢ଼ାଉ କଲା ପୁଲିସ୍‌। ଚଢ଼ାଉ ବେଳେ ତା’ ଭିତରୁ ଯାହା ଜବତ ହେଲା ତାହା ଦେଖି ପୁଲିସ୍‌ ବି ତାଜୁବ ହୋଇଗଲା। କାରଣ କାର୍‌ ଭିତରୁ ବାହାରିଲା ଗୋଟିଏ ପରେ ଗୋଟିଏ ସୁନା ବିସ୍କୁଟ ।

Advertisment

ଜବତ ସୁନା ବିସ୍କୁଟର ଓଜନ ପ୍ରାୟ ୧୦ କେଜି ପାଖାପାଖି ଓ ଏହାର ମୂଲ୍ୟ ୬ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଏପରି ଏକ ଘଟଣା ଗତ ରାତିରେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଘଟିଛି।

ନଦିଆ ଜିଲ୍ଲାର ପଞ୍ଚବେରିଆ ଅଞ୍ଚଳରେ ଏକ ଗାଡ଼ିରେ କିଛି ନିଷିଦ୍ଧ ଜିନିଷ ଚାଲାଣ ହେଉଥିବା ନେଇ ଗତ ରାତିରେ ସ୍ଥାନୀୟ ପୁଲିସ୍‌କୁ ଖବର ମିଳିଥିଲା। ଏହାପରେ ପୁଲିସ୍‌ ତୁରନ୍ତ ଟିମ୍‌ ଗଠନ କରି ସଜାଗ ରହିବା ସହ ଗାଡ଼ିମଟର ଯାଞ୍ଚ କଡ଼ାକଡ଼ି କରି ଦେଇଥିଲା। ରାତି ପ୍ରାୟ ୪ଟା ପରେ ଏକ କାର୍‌ ଯାଞ୍ଚ କରୁ କରୁ ପୁଲିସ୍‌କୁ ତା’ ଭିତରୁ ସୁନା ବିସ୍କୁଟ ମିଳିଲା। ଗୋଟିଏ ପରେ ଗୋଟିଏ ସମୁଦାୟ ୧୧ଟି ସୁନା ବିସ୍କୁଟ ପୁଲିସ୍‌ କାର୍‌ ଭିତରୁ ଜବତ କରିଥିଲା।

Advertisment

ଏହି ମାମଲାରେ ପୁଲିସ୍‌ ତୁରନ୍ତ କାର୍‌ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରିଛି। ଏହାପରେ ପୁଲିସ୍‌ ଉକ୍ତ ସୁନା ବିସ୍କୁଟକୁ ପରୀକ୍ଷା କରିଥିବା ବେଳେ ତାହା ପ୍ରକୃତ ସୁନା ବୋଲି ଜଣାଯାଇଛି। ଏହାର ଆନୁମାନିଜ ବଜାର ମୂଲ୍ୟ ୬ କୋଟି ହେବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।

ତେବେ ଏତେ ପରିମାଣର ସୁନା ବିସ୍କୁଟ୍ କୁଆଡୁ ଆସିଲା ଓ କାହା ପାଖକୁ ନିଆଯାଉଥିଲା ତଥା ତାହାର ଉଦ୍ଦେଶ୍ୟ କ’ଣ ସେ ନେଇ ପୁଲିସ୍‌ ଖୋଳତାଡ଼ ଜାରି ରଖିଛି। ଏହା ପଛରେ ଏକ ରାକେଟ ଥିବା ସନ୍ଦେହ କରାଯାଉଛି।

West Bengal Gold Smuggling