Advertisment

ଚେକିଂ ବେଳେ ଗାଡ଼ିରୁ ବାହାରିଲା ୧୦ ଲକ୍ଷ

ଗାଡ଼ିକୁ ଚେକିଂ କରିବା ବେଳେ ସେଥିରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା ପୁଲିସ

author-image
Biswajit Samal
ଅଦ୍ୟତନ ହୋଇଛି
Police

Police

ନିର୍ବାଚନ ପାଇଁ ସବୁଠି ଚେକିଂ ବ୍ଲକିଂ ଚାଲିଥିବା ବେଳେ ପୁଲିସ ଗୋଟିଏ ଗାଡ଼ିରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଗାଡ଼ି ଚାଳକ ସହ ଗାଡ଼ିରେ ବସିଥିବା ଦୁଇଜଣ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୁଲିସ।

Advertisment

ଆଜି ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ସୀମାନ୍ତରେ ପୁଲିସ ଗାଡ଼ି ଚେକିଂ କରୁଥିଲା। ସେଇ ସମୟରେ ବୌଦ୍ଧ ଜିଲ୍ଲା ପଟରୁ ଆସୁଥିବା ଗୋଟିଏ କଳା ରଙ୍ଗର କିଆ ଗାଡ଼ିକୁ ପୁଲିସ ଅଟକେଥିଲା। ସେଇ ଗାଡ଼ିକୁ ଚେକିଂ କରିବା ବେଳେ ସେଥିରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା ପୁଲିସ।

ଟଙ୍କା କେଉଁଠୁ ଆସିଲା, କେଉଁଠାକୁ ଯାଉଛି, ଏତେ ଟଙ୍କା କାହିଁକି ଗାଡ଼ିରେ ଯାଉଛି ବୋଲି ପୁଲିସ କାରରେ ବସିଥିବା ଦୁଇ ମହିଳାଙ୍କୁ ପଚାରିଥିଲା। କିନ୍ତୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏହାପରେ ପୁଲିସ ଟଙ୍କା ଜବତ କରିବା ସହିତ ଉକ୍ତ ଦୁଇ ମହିଳା ଓ ଗାଡ଼ି ଚାଳକଙ୍କୁ ଥାନାରେ ଅଯକ ରଖି ପଚରା ଉଚରା କରୁଛି।

Advertisment
Black Money