Advertisment

୧୦ ମାସର ଝିଅକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

କଠୋର ଆଇନ ପ୍ରଣୟନ ସତ୍ତ୍ୱେ ପିଶାଚଙ୍କ ପାଶବୀୟ କାଣ୍ଡରେ ବ୍ରେକ୍ ଲାଗିପାରୁନି।

ଅଦ୍ୟତନ ହୋଇଛି
Victim girl

Victim girl

Advertisment

ଥମିବାର ନାଁ ନେଉନି ଦୁଷ୍କର୍ମ ପରି ଅପରାଧିକ ଘଟଣା। କଠୋର ଆଇନ ପ୍ରଣୟନ ସତ୍ତ୍ୱେ ପିଶାଚଙ୍କ ପାଶବୀୟ କାଣ୍ଡରେ ବ୍ରେକ୍ ଲାଗିପାରୁନି। ଏହି ପରିପ୍ରେକ୍ଷୀରେ ଗୁଜରାଟର ଏକ ୧୦ ମାସର ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି।

Advertisment

ଘର ଅଗଣାରେ ଖେଳୁଥିବା ସମୟରେ ଜଣେ ୩୦ ବର୍ଷର ଯୁବକ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି। 

ପୁଲିସ ସୂଚନାନୁସାରେ, ଝିଅଟିର ମାଆ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି। ଅଭିଯୁକ୍ତ ଦୀପକ କୁମାର ଲାଲବାବୁ ସିଂହ ତାଙ୍କ ପରିବାର ବର୍ଗଙ୍କ ସହ ପରିଚିତ। ସେ ଅନେକ ସମୟରେ ତାଙ୍କ ଘରକୁ ଯା'ଆସ କରନ୍ତି। ଗତ ରବିବାର ମଧ୍ୟ ତାଙ୍କ ଘରକୁ ଆସିଥିଲେ।

Advertisment

ଏହି ସମୟରେ ଝିଅଟି ଘର ଅଗଣାରେ ଖେଳୁଥିବା ଦେଖି ସେଠାରୁ ତାଙ୍କୁ ଉଠାଇ ନେଇ କିଛି ବାଟ ଦୂରରେ ଦୁଷ୍କର୍ମ କରିଥିଲେ। ଝିଅଟିର କାନ୍ଦ ଶୁଣି ତାଙ୍କ ଜେଜେମା ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଝିଅଟି ଶରୀରରୁ ରକ୍ତସ୍ରାବ ହୋଇ ଥିବାବେଳେ ଶରୀରରେ ଅନେକ ଆଘାତ ଲାଗିଥିଲା।

ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତକୁ କାବୁ କରି ଥାନାରେ ଜିମା ଦେଇଛନ୍ତି। ସେପଟେ ଝିଅଟିର ମାଆ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି। ତାଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ସମେକ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି।

ତେବେ କଠୋର ଆଇନ ପ୍ରଣୟନ ସତ୍ତ୍ୱେ ଦୁଷ୍କର୍ମ ପରି ଜଘନ୍ୟ କାଣ୍ଡ ଥମିବାର ନାଁ ନେଉନି। ଛୋଟ ଛୁଆଙ୍କ ପ୍ରତି ଏପରି ପାଶବୀୟ ବ୍ୟବହାର ନିଶ୍ଚିତ ରୂପେ ଚିନ୍ତାଜନକ। ନିକଟରେ ଗୁଜରାଟରେ ମଧ୍ୟ ଜଣେ ପ୍ରଥମ ଶ୍ରେଣୀର ଛାତ୍ରୀଙ୍କୁ ପ୍ରିନ୍ସିପାଲ ଦୁଷ୍କର୍ମ ଉଦ୍ୟମ କରିବା ସମୟରେ ସେ ପାଟି କରିବାରୁ ତା ତଣ୍ଟିଚିପି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। 

Crime News Rape Case Gujrat Rape Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe