Advertisment

କୋଲକାତା ଚାଲାଣ ବେଳେ କଣ୍ଟେନରରୁ ୧୦୬ ଗାଈ ଉଦ୍ଧାର

ପୁଲିସ ବୁରଡ଼ା ଛକ ନିକଟରେ ଦୁଇଟି କଣ୍ଟେନରକୁ ଜବତ କରିଥିଲା। ଦୁଇଟି କଣ୍ଟେନରରେ ୧୦୬ଟି ଗାଈକୁ ଉଦ୍ଧାର କରାଯାଉଥିଲା। ଗାଈଙ୍କୁ ପଶ୍ଚିମବଙ୍ଗର କଲିକତାକୁ ଚାଲାଣ କରାଯାଉଥିବା ଜଣାପଡିଛି।

Balangir

Cow

Advertisment

ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ରୋତ ଗୋ’ ବଜାରରୁ ଶହ ଶହ ଗାଈ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ନେଇ ଅଭିଯୋଗ ହେଉଥିଲା। କିନ୍ତୁ ପୁଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିଲା। ଶନିବାର ଦୁଇଟି କଣ୍ଟେନରରେ ରୋତ୍‌ ବଜାରରୁ ଗୋ’ ଚାଲାଣ ହେଉଥିବା ନେଇ ଲୋଇସିଂହା ଥାନା ପୁଲିସକୁ ବଜରଙ୍ଗ ଦଳର କର୍ମକର୍ତ୍ତା ଖବର ଦେଇଥିଲେ।

Advertisment

ପୁଲିସ ବୁରଡ଼ା ଛକ ନିକଟରେ ଦୁଇଟି କଣ୍ଟେନରକୁ ଜବତ କରିଥିଲା। ଦୁଇଟି କଣ୍ଟେନରରେ ୧୦୬ଟି ଗାଈକୁ ଉଦ୍ଧାର କରାଯାଉଥିଲା। ଗାଈଙ୍କୁ ପଶ୍ଚିମବଙ୍ଗର କଲିକତାକୁ ଚାଲାଣ କରାଯାଉଥିବା ଜଣାପଡିଛି। ପୁଲିସ କଣ୍ଟେନରକୁ ବଲାଙ୍ଗିର ଆଣିଥିଲା। ଗାଈମାନଙ୍କୁ ପୃଥ୍ୱୀରାଜ ଗୋ’ଶାଳାରେ ଛାଡ଼ିଥିଲା। ଏହା ସହିତ କଣ୍ଟେନର ଡ୍ରାଇଭରଙ୍କୁ ଅଟକ ରଖି ପୁଲିସ ପଚାର ଉଚୁରା କରୁଛି। ଗାଈମାନଙ୍କୁ ହତ୍ୟା କରି ମାଂସ ଉଦ୍ଦେଶ୍ୟରେ ଚାଲାଣ କରାଯାଉଥିବା ଜଣାପଡିଛି। ଗୋ’ ଚାଲାଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଜରଙ୍ଗ ଦଳ ଦାବି କରିଛି।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe