Advertisment

ଛୁଆକୁ ବାପର ପରିଚୟ ଦେବାକୁ ଥାନାରେ ବସିଛି ଦଶମ ଶ୍ରେଣୀ ଛାତ୍ରୀ!

ପରବର୍ତ୍ତୀ ସମୟରେ ପୁଲିସ୍‌ ଭୟରେ ଲକ୍ଷ୍ମୀଙ୍କୁ ନିଜ ଘରକୁ ନେଇଥିଲେ ବରୁଣ। ସେଠାରେ କିଛି ଦିନ ରହିବା ପରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ଲକ୍ଷ୍ମୀ। ତା’ପରେ ଆରମ୍ଭ ହେଲା ନିର୍ଯାତନା। ବରୁଣ ଓ ତାଙ୍କ ପରିବାର ଲୋକେ ନାନା ନିର୍ଯାତନା ଦେବା ଆରମ୍ଭ କରିଥିଲେ।

Minor Girl

Minor Girl

Advertisment

କଅଁଳ ବୟସରେ ପ୍ରେମରେ ପଡ଼ିଥିଲେ। ନିଜର ସର୍ବସ୍ୱ ପ୍ରେମିକଙ୍କ ପାଦ ତଳେ ବାଢ଼ି ଦେଇଥିଲେ। ହେଲେ ସେ ଧୋକା ଦେଇଥିଲା। ବର୍ଷକର ଛୁଆକୁ କୋଳରେ ଧରି ବାରଦୁଆର ହେଉଛନ୍ତି ଦଶମ ଶ୍ରେଣୀ ଛାତ୍ରୀ। ଏବେ ଛୁଆକୁ ବାପର ପରିଚୟ ଦେବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅଞ୍ଚଳରୁ ଆସିଛି।

Advertisment

ଦଶମ ଶ୍ରେଣୀରେ ପଢ଼ୁଥିଲେ ଲକ୍ଷ୍ମୀ(ଛଦ୍ମନାମ)। ବୟସ ୧୬ ହେବ। ପାଠ ପଢ଼ିବା ବୟସରେ ସେ ପ୍ରେମ ଖସଡ଼ା ରାସ୍ତାରେ ପାଦ ଥାପିଥିଲେ। ଆଉ ସେହିଥିଲେ ଫସି ଯାଇଥିଲେ। ଭେଜଡ଼ିହ ଗାଁର ବରୁଣ ବେହେରାଙ୍କ ପ୍ରେମରେ ପଡ଼ିଯାଇଥିଲେ ଲକ୍ଷ୍ମୀ। ଏମିତିକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ବରୁଣ। ଯେଉଁଥିପାଇଁ ଗର୍ଭବତୀ ହୋଇଯାଇଥିଲେ ଲକ୍ଷ୍ମୀ। ଏ ସମ୍ପର୍କରେ ଜାଣିପାରି ଲକ୍ଷ୍ମୀ ତାଙ୍କ ପ୍ରେମିକଙ୍କୁ କହିଥିଲେ। ମାତ୍ର ସେ ବାହା ହେବାକୁ ମନା କରିଥିଲେ।

ପରବର୍ତ୍ତୀ ସମୟରେ ପୁଲିସ୍‌ ଭୟରେ ଲକ୍ଷ୍ମୀଙ୍କୁ ନିଜ ଘରକୁ ନେଇଥିଲେ ବରୁଣ। ସେଠାରେ କିଛି ଦିନ ରହିବା ପରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ଲକ୍ଷ୍ମୀ। ତା’ପରେ ଆରମ୍ଭ ହେଲା ନିର୍ଯାତନା। ବରୁଣ ଓ ତାଙ୍କ ପରିବାର ଲୋକେ ନାନା ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଖାଇବାକୁ ଦେଲେନାହିଁ। କେତେଦିନ ଉପବାସ ରହିବେ ଲକ୍ଷ୍ମୀ?

Advertisment

ଶେଷରେ ଉପାୟଶୂନ୍ୟ ହୋଇ କଅଁଳା ଛୁଆକୁ ଧରି ଜୀବନ ବଞ୍ଚାଇବା ପାଇଁ ବାପଘରକୁ ପଳାଇ ଆସିଥିଲେ ଲକ୍ଷ୍ମୀ। ୧୦ ମାସ ହେଲା ଲକ୍ଷ୍ମୀ ଓ ତାଙ୍କ ଝିଅ ବାପ ଘରେ ରହୁଛନ୍ତି। ଥରେ ହେଲେ ବରୁଣ କିମ୍ବା ତାଙ୍କ ପରିବାର ଲୋକ ଲକ୍ଷ୍ମୀଙ୍କୁ ଦେଖା କରିବାକୁ ଆସିନାହାନ୍ତି। ଏବେ ନ୍ୟାୟ ପାଇଁ ଲକ୍ଷ୍ମୀ ନୟାକୋଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପ୍ରେମିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ପ୍ରେମିକଙ୍କ ବିରୋଧରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି।

ପୀଡ଼ିତାଙ୍କ ଅଭିଯୋଗ ନେଇ ପ୍ରେମିକ ବରୁଣ ବେହେରା କିମ୍ୱା ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Crime Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe