Advertisment

ଲେମ୍ୱୁ ପାଇଁ ହଷ୍ଟେଲ୍‌ରେ ଦଶମ ଶ୍ରେଣୀ ଛାତ୍ରକୁ ଛୁରା ମାଡ

ଖାଇବା ଥାଳି ଓ ଲେମ୍ୱୁକୁ ନେଇ କପ୍ରେସନ ଓ ଅନ୍ୟ ଜଣେ ଛାତ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ର ଜଣକ ଏକ ଧାରୁଆ ଛୁରୀରେ କପ୍ରେସନ ଜମ୍ପେଇକାଙ୍କୁ ଆକ୍ରମଣ କରିଥିଲା।

ଅଦ୍ୟତନ ହୋଇଛି
Koraput

Koraput

Advertisment

ଥାଳି ଓ ଲେମ୍ୱୁ ପାଇଁ ହଷ୍ଟେଲ୍‌ରେ ଦଶମ ଶ୍ରେଣୀ ଛାତ୍ରକୁ ତା’ର ସାଥୀ ଛୁରା ମାଡ କରିଛି। ଏପରି ହୃଦୟବିଦାରକ ଘଟଣା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଘଟିଛି। ଗୁରୁତର ଅସୁସ୍ଥ ଛାତ୍ରଙ୍କୁ କୋରାପୁଟ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ପଞ୍ଚଡ଼ା ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି କପ୍ରେସନ୍‌ ଜମ୍ପେଇକା। ଏଥିସହ ସେ ସେହି ସ୍କୁଲର ହଷ୍ଟେଲରେ ରୁହନ୍ତି। ସବୁଦିନ ପରି ରବିବାର ରାତି ୧୦ଟାରେ ଖାଇବା ପାଇଁ ସବୁ ପିଲା ଆସିଥିଲେ। ଠିକ୍‌ ସେହି ସମୟରେ ଖାଇବା ଥାଳି ଓ ଲେମ୍ୱୁକୁ ନେଇ କପ୍ରେସନ ଓ ଅନ୍ୟ ଜଣେ ଛାତ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଛାତ୍ର ଜଣକ ଏକ ଧାରୁଆ ଛୁରୀରେ କପ୍ରେସନ ଜମ୍ପେଇକାଙ୍କୁ ଆକ୍ରମଣ କରିଥିଲା। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା।

ହଷ୍ଟେଲ୍‌ ପରିଚାଳକ ଏନେଇ ଶିକ୍ଷକଙ୍କୁ ଖବର ଦେଇଥିଲେ। ପରେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ କୋରାପୁଟ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଆଜି ସକାଳେ କପ୍ରେସନ ଜମ୍ପେଇକାଙ୍କ ମାଆ ମେଡ଼ିକାଲ୍‌ରେ ପହଞ୍ଚିଛନ୍ତି। ଆଉ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

Advertisment

ଶୁଣିବାକୁ ମିଳୁଛି, ଲେମ୍ୱୁ କାଟିବାକୁ ଆଣିଥିବା ଛୁରୀ ଛାତ୍ରଙ୍କୁ ଆକ୍ରମ ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, କଷ୍ଟେଲ୍‌ କର୍ତ୍ତୃପକ୍ଷ କ’ଣ ପିଲାମାନଙ୍କୁ କଟା ଲେମ୍ୱୁ ଦିଆଯାଉନି? ଲେମ୍ୱୁ କାଟିବା ପାଇଁ କ’ଣ ପିଲାମାନେ ଛୁରୀ ଧରି ଆସିବାକୁ ପଡୁଛି? ଆଗାମୀ ଦିନରେ ଯଦି ଏହାଠାରୁ ଆହୁରି ବଡ଼ ଦୁର୍ଘଟଣା ଘଟିବ, ସେଥିପାଇଁ କିଏ ଦାୟୀ ରହିବେ? ଦଶମ ଶ୍ରେଣୀ ଛାତ୍ରକୁ ଛୁରା ମାଡ଼ ପରେ ସାଧାରଣରେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଏନେଇ କାକିରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

School Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe