Advertisment

ବୁର୍ଲା ଭୀମସାରକୁ ୧୧ ଲକ୍ଷ ଫାଇନ୍

ଗତ ବର୍ଷ ଅଗଷ୍ଟ ମାସରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭୀମସାର ପରିଦର୍ଶନରେ ଆସିଥିଲେ।

ଅଦ୍ୟତନ ହୋଇଛି
Vimsar

Vimsar

Advertisment

ବୁର୍ଲା ଭୀମସାରକୁ ୧୧ ଲକ୍ଷ ଫାଇନ୍ ହୋଇଛି । ବର୍ଜ୍ୟ ବସ୍ତୁ ପରିଚାଳନା ଉପଯୁକ୍ତ ଭାବେ କରାଯାଉ ନ ଥିବା ଅଭିଯୋଗରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧୧ ଲକ୍ଷ ଟଙ୍କାର ଜରିମାନା କରାଯାଇଛି।

Advertisment

ଗତ ବର୍ଷ ଅଗଷ୍ଟ ମାସରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭୀମସାର ପରିଦର୍ଶନରେ ଆସିଥିଲେ। ସେଠାକାର ବିପର୍ଯ୍ୟସ୍ତ ବର୍ଜ୍ୟ ବସ୍ତୁ ପରିଚାଳନାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏଥିସହ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଭୀମସାରକୁ ୨ ଥର ଚିଠି ଲେଖିଥିଲେ। କିନ୍ତୁ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ଶେଷରେ ଚଳିତ ମାସ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପାଇଁ ଭୀମସାରକୁ ୧୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ କରିଛନ୍ତି।

ଭୀମସାର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବଗ୍ରାହୀ ରଥ କହିଛନ୍ତି ଯେ, ବର୍ଜ୍ୟ ବସ୍ତୁକୁ  ଉପଯୁକ୍ତ ଭାବେ ପରିଚାଳନା କରଯିବା ଅଭିଯୋଗ ସତ୍ୟ। ସେପ୍ଟେମ୍ବର ୧୦ ତାରିଖରେ  ଆମ ପାଖକୁ ଏକ ନୋଟିସ ଆସିଛି। ସେଥିରେ ୧୧ ଲକ୍ଷ ୨୦୦ ହଜାର ଟଙ୍କା ଫାଇନ ହୋଇଥିବା ଉଲ୍ଲେଖ ରହିଛି। ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯାଇ ବର୍ଜ୍ୟ ବସ୍ତୁ ପରିଚାଳନା ଠିକ୍ ଭାବେ କରାଯିବ। 

Advertisment
Sambalpur VIMSAR Fine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe