Advertisment

ପୁଲିସ୍‌ ପଞ୍ଝାରେ ଏରାଗୋଲା ଗ୍ୟାଙ୍ଗ, ବାଟୁଳି ମାରି ଲୁଟ୍‌ କରୁଥିବା ୧୧ ଧରାପଡ଼ିଲେ

୧୧ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯାଜପୁରର ହୋଇଥିବା ବେଳେ ଅନ୍ୟ ସମସ୍ତେ ଗଞ୍ଜାମ ଜିଲ୍ଲାର।

BBSR

BBSR

Advertisment

ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇଥିବା ଏରାଗୋଲା ଗ୍ୟାଙ୍ଗର ୧୧ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିସନରେଟ ପୁଲିସ। ଏମାନଙ୍କର ଲୁଟର ତରିକା ବେଶ ନୂଆ ଥିଲା।

Advertisment

ଗ୍ୟାଙ୍ଗର ସଦସ୍ୟମାନେ ବାଟୁଳି ମାରି କାର କାଚ ଭାଙ୍ଗନ୍ତି ଓ ଏହାପରେ ଯାହା ପାରନ୍ତି ଲୁଟ ପାଟ କରନ୍ତି। ଦିନ ଦ୍ୱିପ୍ରହରେ ଲୁଟପାଟ କରି ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିବା ଏରାଗୋଲା ଗ୍ୟାଙ୍ଗ ଏବେ କମିଶନରେଟ ପୁଲିସ କବଜାରେ ପଡ଼ିଛି।

ସ୍ପେଶାଲ ସ୍କ୍ୱାର୍ଡ ୧୧ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୭ ଟି ସୁନା ଚେନ, ସୁନା ଅଳଙ୍କାର, ୨ ଲକ୍ଷରୁ ଅଧିକ ନଗଦ ଟଙ୍କା ସମେତ ଅନେକ ଜିନିଷ ଜବତ କରାଯାଇଛି।

Advertisment

ନିଛାଟିଆ ରାସ୍ତା ହେଉ ଅବା ଜନଗହଳିପୂର୍ଣ୍ଣ ମାର୍କେଟ, ସବୁଠି ଲୁଟପାଟ କରି ବେଶ କିଛି ମାସ ହେବ ଏରାଗୋଲା ଗ୍ୟାଙ୍ଗର ସଦସ୍ୟମାନେ ପୁଲିସର ନିଦ ହଜାଇ ଦେଇଥିଲେ।

ଅନ୍ତଃରାଜ୍ୟ ଲୁଟ ପାଇଁ ଏରାଗୋଲା ଗ୍ୟାଙ୍ଗ ଚର୍ଚ୍ଚାରେ ରହିଥିଲା। ଏମାନେ ପାର୍କିଂ ହୋଇଥିବା ବିଭିନ୍ନ କାର୍‌ ଓ ଗାଡ଼ି ଡିକିରେ ଟଙ୍କା ରଖୁଥିବା ଲୋକ ବିଶେଷ କରି ବ୍ୟାଙ୍କରୁ ବାହାରୁଥିବା ଲୋକଙ୍କୁ ମୁଖ୍ୟତଃ ଟାର୍ଗେଟ କରୁଥିଲେ।

ଖାଲି ସେତିକି ନୁହେଁ, ଏମାନେ ରାସ୍ତାରେ ଯାଉଥିବା ଲୋକଙ୍କ ସୁନା ଚେନ ମଧ୍ୟ ଝାମ୍ପି ନେଉଥିଲେ। ଏମାନଙ୍କର ଲୁଟ ତରିକା ମଧ୍ୟ ଭିନ୍ନ ଥିଲା। ପାର୍କିଂ ହୋଇଥିବା କାରର କାଚକୁ ଲୁଟେରାମାନେ ବାଟୁଳି ମାରି ଭାଙ୍ଗୁଥିଲେ। ସେହିପରି ଲୁହା କଣ୍ଟା ସାହାଯ୍ୟରେ ବାଇକ ଡିକି ଭାଙ୍ଗି ସର୍ବସ୍ୱ ନେଇ ଯାଉଥିଲେ।

ଏବେ ପୁଲିସ୍‌ ସେମାନଙ୍କୁ ଗିରଫ କରି ଲୁଟ ହୋଇଥିବା ଅନେକ ସାମଗ୍ରୀ ଜବତ କରିଛି। ଏରାଗୋଲା ଗ୍ୟାଙ୍ଗର ୧୧ ସଦସ୍ୟଙ୍କ ଠାରୁ ୬ଟି ବାଇକ, ୫୦ ମୋବାଇଲ ଫୋନ, ୧୭ଟି ସୁନା ଚେନ, ୨୫ ଗ୍ରାମର ସୁନା ଅଳଙ୍କାର, ଅଢେ଼ଇ ଲକ୍ଷ ନଗଦ ଟଙ୍କା ଓ ଲୁଟରେ ବ୍ୟବହୃତ ଅନ୍ୟ ସାମଗ୍ରୀ ଜବତ କରିଛି।

୧୧ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯାଜପୁରର ହୋଇଥିବା ବେଳେ ଅନ୍ୟ ସମସ୍ତେ ଗଞ୍ଜାମ ଜିଲ୍ଲାର। କମିଶନରେଟ ପୁଲିସ ଅନ୍ତର୍ଗତ ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ୨୩ ଟି ମାମଲା ଥିବା ବେଳେ ସାଲେପୁର, ରାଜନଗର, ଗୋଳନ୍ଥରା ଓ ଆନ୍ଧ୍ର ପ୍ରଦେଶରେ ମଧ୍ୟ ଏହି ଅଭିଯୁକ୍ତମାନଙ୍କ ନାଁ ରେ ସଙ୍ଗୀନ ମାମଲା ରହିଛି ବୋଲି ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏରାଗୋଲା ଗ୍ୟାଙ୍ଗର ସଦସ୍ୟମାନେ ବାଟୁଳି ସାହାଯ୍ୟରେ ବଡ଼ ବଡ଼ିଆଙ୍କ ଗାଡିର କାଚ ଭାଙ୍ଗି ସେଥିରେ ଥିବା ଟଙ୍କା ଓ ଦାମୀ ଜିନିଷ ଲୁଟି ବାଇକ ଯୋଗେ ଚମ୍ପଟ ମାରୁଥିଲେ। ଧରା ପଡ଼ିଯିବା ଭୟରେ ଗାଡ଼ିରେ ବ୍ୟବହୃତ ନମ୍ବରକୁ ସେମାନେ ଟ୍ୟାମ୍ପର କରି ନିୟମିତ ବଦଳାଉଥିଲେ। ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତି ଗତ ୧୬ ତରିଖ ଦିନ ସାଢ଼େ ୩ ଲକ୍ଷ ଟଙ୍କା ନେଇ ବ୍ୟାଙ୍କରୁ ଫେରୁଥିବା ବେଳେ ଏହି ଗ୍ୟାଙ୍ଗର ଦୁଇ ଜଣ ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଥିଲେ।

ଏବେ ପୁଲିସ୍‌ ୧୧ ଜଣଙ୍କୁ ଗିରଫ କରି ନଗଦ ଟଙ୍କା ଜବତ କରିଛି। ଏହା ମଧ୍ୟରୁ ଖଣ୍ଡଗିରି ଅଞ୍ଚଳରୁ ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କା ପୁଲିସ୍‌ ଫେରସ୍ତ କରିଛି। ତେବେ ଏହି ଗ୍ୟାଙ୍ଗର ଆହୁରି ୫ରୁ ୬ ସଦସ୍ୟ ଏବେ ବି ବାହାରେ ରହିଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ କମିସନରେଟ ପୁଲିସର ଉଦ୍ୟମ ଜାରି ରଖିଛି।

Odisha Bhubaneswar Loot Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe