Advertisment

ନକଲି ସୁନା ଦେଇ ବ୍ୟାଙ୍କରୁ ନେଇଥିଲେ ଋଣ, ସୁନାରୀଙ୍କ ସମେତ ୧୧ ଗିରଫ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ୍ ଅଫ ଇଣ୍ଡିଆରେ ନକଲି ସୁନା ଗହଣା ଦେଇ ୪୪ ଲକ୍ଷ ୭୫ ହଜାର ଟଙ୍କାର ଗୋଲ୍ଡ ଲୋନ୍‌ ନେବା ଘଟଣାରେ ପୁଲିସ ୧୧ ଜଣଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Accused

Accused

Advertisment

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ୍ ଅଫ ଇଣ୍ଡିଆରେ ନକଲି ସୁନା ଗହଣା ଦେଇ ୪୪ ଲକ୍ଷ ୭୫ ହଜାର ଟଙ୍କାର ଋଣ ନେବା ଘଟଣାରେ ପୁଲିସ ୧୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ବ୍ୟାଙ୍କ ଦ୍ୱାରା ନିଯୁକ୍ତ ସୁନାରୀ ମଧ୍ୟ ଅଛନ୍ତି, ଯିଏ ନକଲି ସୁନାକୁ ଅସଲି କହି ଗୋଲ୍ଡ ଲୋନ କରାଇ ଦେବାରେ ସାହାଯ୍ୟ କରିଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।

Advertisment

ପାରଳାଖେମୁଣ୍ଡି ଆଦର୍ଶ ଥାନା ଆଇଆଇସି ବାବୁଲି ନାୟକ କହିଛନ୍ତି, ବ୍ୟାଙ୍କ୍ ଅଫ ଇଣ୍ଡିଆର ସ୍ଥାନୀୟ ବ୍ରାଞ୍ଚ ମ୍ୟାନେଜର ଗତ ମେ’ ୫ ତାରିଖରେ ଅଭିଯୋଗ କରିଥିଲେ ଯେ ୧୧ ଜଣ ଲୋକ ତାଙ୍କ ବ୍ୟାଙ୍କରେ ନକଲି ସୁନା ଜମା କରି ୪୪ ଲକ୍ଷ ୭୫ ହଜାର ଟଙ୍କା ଋଣ ନେଇଛନ୍ତି। ଏହି ୧୧ ଜଣ ବ୍ୟକ୍ତି ୨୧ଟି ଗୋଲ୍ଡ ଲୋନ୍ ଆକାଉଣ୍ଟ ଖୋଲି ଏହି ଟଙ୍କା ନେଇଥିଲେ। ତାଙ୍କ ବ୍ୟାଙ୍କ ଦ୍ୱାରା ନିଯୁକ୍ତ ସୁନାରୀ ସୁନା ଗୁଡ଼ିକ ଅସଲି ବୋଲି ପ୍ରମାଣପତ୍ର ଦେବା ପରେ ବ୍ୟାଙ୍କ ପକ୍ଷରୁ ଉକ୍ତ ୧୧ ଜଣଙ୍କୁ ଲୋନ୍‌ ଦିଆଯାଇଥିଲା। କିନ୍ତୁ ପରେ ଅନ୍ୟ ଜଣେ ସୁନାରୀଙ୍କ ଦ୍ୱାରା ଯାଞ୍ଚ କଲା ପରେ ଉକ୍ତ ସମସ୍ତ ଲୋକ ନକଲି ସୁନା ଦେଇ ଲୋନ୍ ନେଇଥିବା ଜଣାପଡ଼ିଥିଲା।

ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜରଙ୍କ ଠାରୁ ଅଭିଯୋଗ ପାଇବା ପରେ ପାରାଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଆଜି ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ବ୍ୟାଙ୍କ ଦ୍ୱାରା ନିଯୁକ୍ତ ସୁନାରୀ ମଧ୍ୟ ଅଛନ୍ତି। ଏହି ମାମଲାରେ ବ୍ୟାଙ୍କର କୌଣସି କର୍ମଚାରୀ ସାମିଲ ନାହାନ୍ତି ବୋଲି କହିଛନ୍ତି ଆଇଆଇସି ଶ୍ରୀ ନାୟକ।

Advertisment

ବ୍ୟାଙ୍କ ଦ୍ୱାରା ନିଯୁକ୍ତ ସୁନାରୀ ଉକ୍ତ ୧୧ ଜଣ ଲୋକଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ଗୋଲ୍ଡ ଲୋନ କରାଇ ଦେବ ବୋଲି କହିଥିଲେ। ସେମାନେ ଆଣିଥିବା ନକଲି ସୁନାକୁ ସେ ଅସଲି ବୋଲି ବ୍ୟାଙ୍କକୁ ପ୍ରମାଣପତ୍ର ଦେଇଥିଲେ। ତା’ପରେ ବ୍ୟାଙ୍କ ଉକ୍ତ ଲୋକଙ୍କର ଲୋନ୍‌କୁ ଅନୁମତି ଦେଇଥିଲେ। ସୁନାରୀ ସେମାନଙ୍କ ଠାରୁ କିଛି କମିଶନ ପାଇବା ଆଶାରେ ଏଭଳି କାମ କରିଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଥିବା ଆଇଆଇସି କହିଛନ୍ତି।

ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୦୬ ଓ ୩୪ରେ ମାମଲା ରୁଜୁ କରାଯାଇ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି।

Odisha Police Bank Loot Gold Loan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe