କନିଷ୍ଠ ଯନ୍ତ୍ରୀଙ୍କ 11 ପ୍ଲଟ୍, ରାଜଧାନୀରେ ଆଲିଶାନ୍ ଫ୍ଲାଟ୍ | Odisha Reporter
ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି ଜମା କରିଛନ୍ତି ପୁଳା ପୁଳା ସମ୍ପତ୍ତି। ଆଜି ଭିଜିଲାନ୍ସ ରେଡ୍ ବେଳେ ଏହା ସାମ୍ନାକୁ ଆସିଛି। ଜେଇଙ୍କର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରରେ ଓ ଏହା ଆଖପାଖ ଅଞ୍ଚଳରେ ୧୧ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ। ସେହିପରି ଜଳେଶ୍ୱରର ଦେଉଳିପଞ୍ଚୁଘଣ୍ଟାରେ ତାଙ୍କର ଗୋଟିଏ ୩ ମହଲା କୋଠା ଅଛି। ଭୁବନେଶ୍ୱରର ରଘୁନାଥପୁରରେ ଥିବା ଗ୍ରୀନ୍ ହୋମ୍ସ ଆପାର୍ଟମେଣ୍ଟରେ ତାଙ୍କର ଏକ ଦୁଇ ବିଏଚ୍କେ ଫ୍ଲାଟ ଅଛି। ଜେଇ ସଞ୍ଜୟ କୁମାର ମହାନ୍ତିଙ୍କ ଘରୁ ନଗଦ ୧ ଲକ୍ଷ ୪୩ ହଜାର ଟଙ୍କା ଜବତ ହୋଇଛି। ସେ ବ୍ୟାଙ୍କ,ପୋଷ୍ଟାଲ, ବୀମା ଓ ଅନ୍ୟାନ୍ୟ ସ୍ଥାନରେ ଟଙ୍କା ଜମା ରଖିଛନ୍ତି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି (ହୋଣ୍ଡା ସିଟି) ଓ ୨ଟି ଦୁଇ ଚକିଆ ଗାଡ଼ି ଅଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
