Advertisment

କୁବେର କନିଷ୍ଠ ଯନ୍ତ୍ରୀ; ୧୨ଟି ପ୍ଲଟ୍‌ ସାଙ୍ଗକୁ ରହିଛି ୩ ମହଲା ଘର

ମାଲକାନଗିରିରେ କନିଷ୍ଠ ଯନ୍ତ୍ରୀ ଯେଉଁ ଘରେ ଭଡ଼ାରେ ରହୁଛନ୍ତି, ତା’ର ମାଲିକଙ୍କ ଘରେ ମଧ୍ୟ ରେଡ୍ ହୋଇଥିବା ସୂଚନା ରହିଛି।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି ଜମା କରିଛନ୍ତି ପୁଳା ପୁଳା ସମ୍ପତ୍ତି। ଆଜି ଭିଜିଲାନ୍ସ ରେଡ୍ ବେଳେ ଏହା ସାମ୍ନାକୁ ଆସିଛି। ଜେଇଙ୍କର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସହରରେ ଓ ଏହା ଆଖପାଖ ଅଞ୍ଚଳରେ ୧୧ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ। ସେହିପରି ଜଳେଶ୍ୱରର ଦେଉଳିପଞ୍ଚୁଘାଣ୍ଟରେ ତାଙ୍କର ଗୋଟିଏ ୩ ମହଲା କୋଠା ଅଛି। ଭୁବନେଶ୍ୱରର ରଘୁନାଥପୁରରେ ଥିବା ଗ୍ରୀନ୍ ହୋମ୍‌ସ ଆପାର୍ଟମେଣ୍ଟରେ ତାଙ୍କର ଏକ ଦୁଇ ବିଏଚ୍‌କେ ଫ୍ଲାଟ ଅଛି।  ଜେଇ ସଞ୍ଜୟ କୁମାର ମହାନ୍ତିଙ୍କ ଘରୁ ନଗଦ ୧ ଲକ୍ଷ ୪୩ ହଜାର ଟଙ୍କା ଜବତ ହୋଇଛି। ସେ ବ୍ୟାଙ୍କ,ପୋଷ୍ଟାଲ, ବୀମା ଓ ଅନ୍ୟାନ୍ୟ ସ୍ଥାନରେ ଟଙ୍କା ଜମା ରଖିଛନ୍ତି। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି (ହୋଣ୍ଡା ସିଟି) ଓ ୨ଟି ଦୁଇ ଚକିଆ ଗାଡ଼ି ଅଛି। 

Advertisment

କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ୩ ମହଲା କୋଠାଟି ୧୦ ହଜାର ବର୍ଗଫୁଟ୍‌ ଅଞ୍ଚଳରେ ତିଆରି ହୋଇଛି। ସେହିପରି ଭୁବନେଶ୍ୱରରେ ଥିବା ଫ୍ଲାଟ୍‌ଟି ୧୨୦୦ ବର୍ଗଫୁଟର ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ଦୁଇ ଘର ସହିତ ତାଙ୍କ ପ୍ଳଟ୍ ଗୁଡ଼ିକର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ମାପଚୁପ ଓ ହିସାବ ଜାରି ରଖିଛି। 

ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମାଲକାନଗିରି, ଭୁବନେଶ୍ୱର ଓ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ସମେତ ୭ଟି ସ୍ଥାନରେ ଏକ ସଙ୍ଗେ ଏହି ଚଢାଉ ହୋଇଥିଲା। 

Advertisment

ସଞ୍ଜୟଙ୍କର ମାଲକାନଗିରିରେ ଥିବା ଭଡ଼ା ଘର ଓ କାର୍ଯ୍ୟାଳୟ, ଜଳେଶ୍ୱରରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ୍ ଓ ପୋଖରୀପୁଟରେ ଥିବା ଶ୍ୱଶୁର ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏପରିକି କନିଷ୍ଠ ଯନ୍ତ୍ରୀ ମାଲକାନଗିରିରେ ଯେଉଁ ଘରେ ଭଡ଼ାରେ ରହୁଛନ୍ତି, ତା’ର ମାଲିକଙ୍କ ଘରେ ମଧ୍ୟ ରେଡ୍ ହୋଇଥିବା ସୂଚନା ମିଳିଛି। 

Bhubaneswar Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe