/odisha-reporter/media/media_files/2025/10/03/crime-2025-10-03-19-42-37.jpg)
ଘଟଣା ବେଳର ଦୃଶ୍ୟ
ଜଣେ ଯୁବକ ତଳେ ପଡ଼ି ରହିଛନ୍ତି। ୧୧ ସେକେଣ୍ଡରେ ତାଙ୍କର ଜଣେ ବନ୍ଧୁ ୩ ରାଉଣ୍ଡ ଗୁଳି ମାଡ଼ କରୁଛନ୍ତି। ଆଉ ଜଣେ ଏହାକୁ ରେକର୍ଡ କରିବା ସହ ବନ୍ଧୁକ ଫୋପାଡ଼ିବାକୁ କହିବାରୁ ଗୁଳି ମାଡ଼ ବନ୍ଦ ହେଉଛି। ଉତ୍ତର ପ୍ରଦେଶ(Uttar Pradesh)ର ମୀରଟରେ ଏପରି ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ଘଟିଛି।
ଗୁଳି ମାଡ଼ର ଭିଡିଓକୁ ଅନଲାଇନରେ ଅପଲୋଡ ମଧ୍ୟ କରାଯାଇଛି। ଏହାକୁ ନେଇ ଉତ୍ତର ପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସାଂଘାତିକ ପ୍ରଶ୍ନ ଉଠିବାରେ ଲାଗିଛି।
୧୧ ସେକେଣ୍ଡର ଏହି ଲୋମହର୍ଷଣକାରୀ ଘଟଣାର ଭିଡିଓ ଏବେ ବେଶ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ବୁଧବାର ଆଦିଲ ନାମକ ଜଣେ ଯୁବକଙ୍କୁ ତାଙ୍କର ଜଣେ ବନ୍ଧୁ ୩ ରାଉଣ୍ତ ଗୁଳି ମାଡ଼ କରୁଛନ୍ତି। ସବୁ ଗୁଳି ସିଧା ତାଙ୍କ ଛାତିରେ ମାଡ଼ ହେଉଛି। ବ୍ୟାକଗ୍ରାଉଣ୍ଡରେ ଜଣେ ଏହାକୁ ରେକର୍ଡ କରିବା ସହ ବନ୍ଧୁକ ଫୋପାଡ଼ିବାକୁ କହୁଛନ୍ତି। ଏହା ଶୁଣି ଗୁଳିମାଡ଼ କରୁଥିବା ଯୁବକ ଘଟଣା ସ୍ଥଳରୁ ବାଇକ ଧରି ଚମ୍ପଟ ମାରୁଛନ୍ତି।
ଆଦିଲଙ୍କ ମୃତଦେହକୁ ପରବର୍ତ୍ତୀ ଅବସ୍ଥାରେ ଗୋଟିଏ ଟ୍ୟୁବଲ ନିକଟରୁ ଉଦ୍ଧାର କରାଯାଇଛି। ଭିଡିଓରେ ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ଜଣଙ୍କ ଆଦିଲ ଓ ତାଙ୍କ ମୃତଦେହକୁ ଜବତ କରାଯାଇଥିବା ପୁଲିସ୍ କହିଛି। ତେବେ ଗୁଳି ମାଡ଼ ବେଳେ ଆଦିଲ ଅଚେତ ଥିଲେ ନା ଗୁଳି ମାଡ଼ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା, ତା’ର ଯାଞ୍ଚ ପୁଲିସ କରୁଛି।
ପୁଲିସ୍ କହିଛି ଯେ ମୀରଟରେ ପ୍ରଥମଥର ପାଇଁ କୌଣସି ହତ୍ୟା ଘଟଣାକୁ ଏପରି ରେକର୍ଡ କରି ଜାଣିଶୁଣି ଅନଲାଇନରେ ଭାଇରାଲ କରାଯାଇଛି। ପୂରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ପାଇଁ ଏହା ଏକ ପ୍ରୟାସ। ପୂରା ଘଟଣାରେ ଆଦିଲଙ୍କ ପରିବାର ଲୋକ ୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
ମୀରଟ ଏସ୍ଏସ୍ପି ଡ ବିପିନ ଟାଡା କହିଛନ୍ତି, “ଆମେ ହତ୍ୟାକାଣ୍ଡର କାରଣ ଖୋଜିବାରେ ଲାଗିଛୁ। ଅଭିଯୁକ୍ତ କାହିଁକି ଘଟଣାର ଭିଡିଓ ରେକର୍ଡିଂ କରିଛନ୍ତି, ତା’ର ମଧ୍ୟ ଯାଞ୍ଚ କରାଯାଉଛି।”
ଏସଏସ୍ପିଙ୍କ କହିବା କଥା ଯେ ଜାଣିଶୁଣି ଘଟଣା(Crime)ର ଭିଡିଓକୁ ରେକର୍ଡ କରି ଭାଇରାଲ କରାଯାଇଛି। ଏହା କୌଣସି ଗ୍ୟାଙ୍ଗର କାମ। ସେମାନେ ପୁଲିସ୍କୁ ଏପରି କରି ଖୋଲା ଚ୍ୟାଲେଞ୍ଜ ଦେଇଥିବା ଏସଏସପି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
