Advertisment

ପାକିସ୍ତାନରେ ଆତଙ୍କୀ ହମଲା, 11 ଶ୍ରମିକ ମୃତ

ପାକିସ୍ତାନରେ ଆତଙ୍କୀଙ୍କ ବିସ୍ଫୋରଣରେ 11 ଶ୍ରମିକ ମୃତ, ଏକାଧିକ ଆହତ।

author-image
Debibandita Barick
ଅଦ୍ୟତନ ହୋଇଛି
Attack

Terrorist Attack In Pakistan

ପାକିସ୍ତାନରେ ଆତଙ୍କୀ ହମଲା। ଅତି କମରେ 11 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ। ଆଫଗାନିସ୍ତାନ ସୀମାବର୍ତ୍ତୀ ପାକିସ୍ତାନର ଖାଇବର୍ ପଖତୁନଖ୍ୱା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ଶ୍ରମିକମାନେ ଏକ ନିର୍ମାଣଧୀନ ସରକାରୀ ଭବନରେ କାର୍ଯ୍ୟ କରୁଥିବା ସମୟରେ ବିସ୍ଫୋରଣ ଘଟିଥିଲା।

Advertisment

ଉତ୍ତର ୱାଜିରିସ୍ତାନ ଡେପୁଟି କମିଶନର ରେହାନ ଗୁଲ କଟ୍ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ଶାୱାଲ ତହସିଲର ଗୁଲ ମୀର କୋଟ ନିକଟରେ ଆତଙ୍କବାଦୀମାନେ ବିସ୍ଫୋରଣ କରିଥିଲେ। ଏଥିରେ ଏକ ନିର୍ମାଣାଧୀନ ସରକାରୀ ଭବନରେ କାର୍ଯ୍ୟ କରୁଥିବା 11 ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ। ଅନ୍ୟ ତିନି ଜଣ ଶ୍ରମିକଙ୍କ ପତ୍ତା ମିଳୁ ନାହିଁ। ସେମାନଙ୍କୁ ଖୋଜାଖୋଜି କରାଯାଉଥିବା କଟ୍ କହିଛନ୍ତି।

ପାକିସ୍ତାରେ ଆତଙ୍କୀ ହମଲା କିଛି ନୂଆ ହୋଇନଥିଲେ ମଧ୍ୟ କିଛି ଦିନ ଧରି ଅଧିକ ଅଶାନ୍ତ ହୋଇପଡିଛି ଦେଶ। ଲଗାତାର ଭାବେ ଦେଶରେ ଆତଙ୍କୀ ହମଲା କରୁଥିବାର ଖବର ସାମ୍ନାକୁ ଆସିଛି। ସେପଟେ ତିନି ଦିନ ହେବ ପାସ୍ତୁନ ଲୋକେ ବିଭାଜନ ଦାବିରେ ଅଡି ବସିଛନ୍ତି। ସେନାର ଅତ୍ୟାଚାର ଅସହ୍ୟ ହେଉଥିବା ଅଭିଯୋଗ କରି ପାସ୍ତୁନ ଲୋକେ ସୁପ୍ରିମକୋର୍ଟ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏମାନେ ଶାନ୍ତି ନଚେତ୍ ସ୍ୱତନ୍ତ୍ର ପ୍ରଦେଶ ପାଇଁ ଦାବି କରୁଛନ୍ତି। 

Advertisment
Terror Attack Terrorist Pakistan Blast Terrorist Attack In Pakistan