ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଛି ୧୧ ବର୍ଷର ଝିଅ, ଆଖି ବୁଜିଲେ ବାପା

ବେଲପଡା ବ୍ଲକ୍‌ ସୁଲେକେଲା ଗାଁର କାହ୍ନୁ ମଲ୍ଲିକ। ପରିବାର କହିଲେ ପତ୍ନୀ ଲକ୍ଷ୍ମୀପ୍ରିୟା ଓ ଦୁଇ ଝିଅ। ଦୁଇ ଝିଅଙ୍କ ଭିତରେ ଜଣେ ଦିବ୍ୟାଙ୍ଗ। ସେ ଦୁଷ୍ଟି ବାଧିତ। ଗାଁରେ କାମଦାମ ମିଳିଲାନି ବୋଲି ପରିବାର ଚଳାଇ କଷ୍ଟକର ହୋଇପଡ଼ିଲା।

Patnagarh PhotoOR

ବାମରୁ ବାପା ଓ ବନ୍ଧା ପଡ଼ିଥିବା ଝିଅ

Manoranjan Sial
  • Published: Sunday, 04 February 2024
  • Updated: 04 February 2024, 07:50 PM IST

Sports

Latest News

ପୁଅଠାରୁ ଝିଅ କମ୍‌ ନୁହେଁ। ସେହି କଥା ଭାବି ଘରର ବୋଝ ହାଲ୍‌କା କରିବା ପାଇଁ ବାପା ଓ ମାଆଙ୍କ ସହିତ ଦାଦନ ଖଟିବାକୁ ଯାଇଥିଲା। ହେଲେ ଜାଣିନଥିଲା ଦାଦନ ସର୍ଦ୍ଦାରଙ୍କ ଚକ୍ରବ୍ୟୂହରେ ଫସିଯିବ ବୋଲି। ପରିସ୍ଥିତି ଏମିତି ହେଲା ରୋଗୀଣା ବାପାଙ୍କ ମୁକ୍ତି ପାଇଁ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଗଲା ୧୧ ବର୍ଷର କୁନି ଝିଅ। ହେଲେ ଆଜି ପର୍ଯ୍ୟନ୍ତ ବାହାରି ପାରିଲା ନାହିଁ। ସେପଟରେ ଝିଅର ଫେରିବା ବାଟକୁ ଅନାଇ ଅନାଇ ଆଖି ବୁଜିଲେ ବାପା। ଦାଦନ ଦୁଃଖର ଏପରି ବିକଳ ଚିତ୍ର ଆସିଛି ବଲାଙ୍ଗିର ଜିଲ୍ଲାରୁ।

ବେଲପଡା ବ୍ଲକ୍‌ ସୁଲେକେଲା ଗାଁର କାହ୍ନୁ ମଲ୍ଲିକ। ପରିବାର କହିଲେ ପତ୍ନୀ ଲକ୍ଷ୍ମୀପ୍ରିୟା ଓ ଦୁଇ ଝିଅ। ଦୁଇ ଝିଅଙ୍କ ଭିତରେ ଜଣେ ଦିବ୍ୟାଙ୍ଗ। ସେ ଦୁଷ୍ଟି ବାଧିତ। ଗାଁରେ କାମଦାମ ମିଳିଲାନି ବୋଲି ପରିବାର ଚଳାଇ କଷ୍ଟକର ହୋଇପଡ଼ିଲା। ତେଣୁ ଘରୁ ଗୋଡ଼ କାଢ଼ିବାକୁ ନିଷ୍ପତ୍ତି ନେଇଥିଲେ କାହ୍ନୁ। ତୁରେଇକେଲା ଥାନା ତେନ୍ତୁଳିଖୁଣ୍ଟି ଗାଁର ଶ୍ରମିକ ଦଲାଲ୍‌ ସମାରୁ ନାୟକଙ୍କ ପରାମର୍ଶରେ କାହ୍ନୁ ଓ ତାଙ୍କର ପୂରା ପରିବାର ଆନ୍ଧ୍ରପ୍ରଦେଶ ପଳାଇ ଗଲେ।

Also Read

ସାତ ନଗର ଅଞ୍ଚଳରେ ଥିବା ଇଟାଭାଟି ମାଲିକ ଶଙ୍କର ନାୟକଙ୍କ ପାଖରେ କାହ୍ନୁ ଓ ତାଙ୍କ ପରିବାରକୁ ଛାଡ଼ି ପଳାଇ ଆସିଥିଲା ସମାରୁ। କାମ କଲେ ଅଧିକ ମଜୁରୀ ମିଳିବ ବୋଲି କଥା ଦେଇଥିଲେ। ସେଠାରେ କିଛି ଦିନ କାମ କରିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଦିନ ରାତି କାମ କରିବା ପାଇଁ କୁହାଯାଇଥିଲା। କିଛି ଉପାୟ ନପାଇ କାହ୍ନୁ, ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଓ ଝିଅମାନେ କାମ କରିଥିଲେ। ହେଲେ ବିନା କାରଣରେ କାହ୍ନୁଙ୍କୁ ଦାଦନ ସର୍ଦ୍ଦାର ଶଙ୍କର ମାଡ଼ ମାରୁଥିଲା। ଯେଉଁଥିପାଇଁ ପ୍ରତିବାଦ କରୁଥିଲେ ଲକ୍ଷ୍ମୀପ୍ରିୟା। ହେଲେ ସେ କିଛି ଶୁଣୁନଥିଲା।

ଅକଥନୀୟ ନିର୍ଯାତନା ଯୋଗୁ ଅସୁସ୍ଥ ହୋଇ ପଡ଼ିଲେ କାହ୍ନୁ। ତାଙ୍କୁ କୌଣସି ଚିକିତ୍ସା ସେବା ଯୋଗାଇ ଦିଆଗଲା ନାହିଁ। ଦିନକୁ ଦିନ କାହ୍ନୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଲା। ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି ଘରକୁ ଯିବା ପାଇଁ ଦାଦନ ସର୍ଦ୍ଦାର ଶଙ୍କରଙ୍କ ପାଖରେ ଗୁହାରୀ କରିଥିଲେ ଲକ୍ଷ୍ମୀ। କେତେ ନେହୁରା ହେଲା ପରେ ଛାଡ଼ିବା ପାଇଁ ରାଜି ହୋଇଥିଲା ଦାଦନ ସର୍ଦ୍ଦାର ଶଙ୍କର। ଆଉ ତା’ପରେ କାହ୍ନୁ, ପତ୍ନୀ ଲକ୍ଷ୍ମୀ ଓ ଦିବ୍ୟାଙ୍ଗ ଝିଅକୁ ଘରକୁ ଯିବା ପାଇଁ ଛାଡ଼ିଥିଲା। ହେଲେ ୧୧ ବର୍ଷର ଝିଅକୁ ଅଟକାଇ ଦେଲା। କାମ କରିଥିବା ମଜୁରୀ ଦେବା ବଦଳରେ ଟଙ୍କା ଦାବି କରିଥିଲା ଦାଦନ ସର୍ଦ୍ଦାର ଶଙ୍କର।

କିଛି ଉପାୟ ନପାଇ ରୋଗୀଣା ସ୍ୱାମୀଙ୍କୁ ଧରି ଘରକୁ ଫେରିଲେ ଲକ୍ଷ୍ମୀ। ମେଡ଼ିକାଲରେ ସ୍ୱାମୀଙ୍କ ଚିକିତ୍ସା କରାଇଲେ। ହେଲେ ପାଖରେ ସମ୍ୱଳ ନଥିବାରୁ ଝିଅକୁ କେମିତି ଫେରାଇବେ, ସେହି ଚିନ୍ତାରେ ପଡ଼ିଗଲେ ଲକ୍ଷ୍ମୀ। ପରେ ନିଜର ଜମିବାଡ଼ି ବିକି ୫୦ ହଜାର ଟଙ୍କା ସଂଗ୍ରହ କରିଥିଲେ। ଶନିବାର ସେହି ଟଙ୍କାକୁ ଅନ୍‌ଲାଇନ୍‌ରେ ଦାଦନ ସର୍ଦ୍ଦାର ଶଙ୍କରଙ୍କ ପାଖକୁ ପଠାଇଥିଲେ। ଏହା ସତ୍ତ୍ୱେ ଦାଦନ ସର୍ଦ୍ଦାର ଶଙ୍କର ଝିଅକୁ ଛାଡିଲା ନାହିଁ। ସେ ଆହୁରି ଟଙ୍କା ଦାବି କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଟଙ୍କା ଦେଲା ପରେ ଦାଦନ ସର୍ଦ୍ଦାର ଶଙ୍କରଙ୍କ ପାଖରୁ ଝିଅ ମୁକୁଳି ପାରୁନାହିଁ? ଏକଥା ଶୁଣିବା ପରେ କାହ୍ନୁ ଭାଙ୍ଗି ପଡ଼ିଥିଲେ। ଝିଅର ଫେରିବା ବାଟକୁ ଅନାଇ ଅନାଇ ଆଜି ଆଖି ବୁଜିଲେ କାହ୍ନୁ ମଲ୍ଲିକ। କାହ୍ନୁଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛି ପୂରା ପରିବାର। ଗୋଟିଏ ଗରିବ ପରିବାର ମୁରବୀ ବିହୀନ ହୋଇଯାଇଛି। ଏଥିପ୍ରତି ପ୍ରଶାସନ ନଜର ଦେଇ ବନ୍ଧା ପଡ଼ିଥିବା ଝିଅକୁ ମୁକୁଳାଇବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଗାଁରେ କାମ ମିଳୁନଥିବାରୁ ଗୋଟିଏ ପରିବାର ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛି। ହେଲେ ଏନେଇ କେମିତି ଶ୍ରମ ବିଭାଗ ପାଖରେ ଖବର ନାହିଁ?

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story