Advertisment

୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଜଣେ ଝିଅ ସମେତ ୫ ଅଟକ

ନାବାଳିକାଙ୍କୁ ତାଙ୍କର ଜଣେ ଚିହ୍ନା ପରିଚିତ ଝିଅ କେଉଁ ଆଡ଼େ ଯିବାକୁ କହି ନିଛାଟିଆ ସ୍ଥାନକୁ ନେଇ ଯାଇଥିବା ଅଭିଯୋଗ ହୋଇଛି।

author-image
Debibandita Barick
Police Station

Police Station

୧୧ ବର୍ଷର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ପୁଲିସ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପାଞ୍ଚ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଝିଅ ଓ ୪ ଜଣ ନାବାଳକ ଅଛନ୍ତି। 

Advertisment

ପୁଲିସ ସୂଚନା ଅନୁସାରେ, ମହାରାଷ୍ଟ୍ର ଥାନେରେ ଜଣେ ୧୧ ବର୍ଷର ନାବାଳିକାଙ୍କୁ ତାଙ୍କର ଜଣେ ଚିହ୍ନା ପରିଚିତ ଝିଅ କେଉଁ ଆଡ଼େ ଯିବାକୁ କହିଥିଲେ। ସମ୍ପୃକ୍ତ ନାବାଳିକା ଜଣକ ମଧ୍ୟ ତାଙ୍କ କଥାରେ ରାଜି ହୋଇଥିଲେ। 

ଏହା ପରେ ଉଭୟ ଏକ ଅଟୋର ଏକ ସ୍ଥାନକୁ ଯାଇଥିଲେ। ସେଠାରେ ମୁଖ୍ୟ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ କହିଛି ଯେ, ନାବାଳିକାଙ୍କୁ ଅଭିଯୁକ୍ତମାନେ କାହାକୁ ନ କହିବାକୁ ଧମକ ଦେଇଥିଲେ। କିନ୍ତୁ ସେ ଚତୁରତାର ସହ ସେଠାରୁ ଖସି ଆସି ଘରେ ବାପା ମାଆଙ୍କୁ ଜଣାଇଥିଲେ।

Advertisment

ଅଭିଯୋଗ ଆଧାରରେ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ କରୁଛୁ। ସାବାଳକ ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇ ଥିବାବେଳେ ନାବାଳକମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି।  

Thane News Minor Rape Case Thane Minor Raped