Advertisment

୧୧୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ।

ଅଦ୍ୟତନ ହୋଇଛି
Accused

Accused

Advertisment

ବାଲେଶ୍ଵର ଜିଲ୍ଲାର ଗୋପାଳପୁର ଅଞ୍ଚଳରୁ ଅବକାରୀ ବିଭାଗ ଅଧିକାରୀମାନେ ୧୧୦ କେଜି ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛନ୍ତି।ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଗୁଣନିଧି ବିନ୍ଧାଣି ଓ ଅଶୋକ କୁମାର ନାୟକ।

Advertisment

ଗୁଣନିଧି ବିନ୍ଧାଣିଙ୍କ ଘରୁ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ। ଗୁଣନିଧି ବସ୍ତାରେ ଗଞ୍ଜେଇ ଆଣି ଅନ୍ୟ ବେପାରୀମାନଙ୍କୁ ଯୋଗାଉଥିଲା ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ସୁଶାନ୍ତ କୁମାର ପାଢ଼ି। 

ବାଲେଶ୍ଵର ଅବକାରୀ ଟିମ୍, ଗୋପାଳପୁର ଅବକାରୀ ଟିମ୍, ନୀଳଗିରି ଅବକାରୀ ଟିମ୍ ଓ ମୋବାଇଲ ଟିମର ମିଳିତ ସହଯୋଗରେ ଏହି ଚଢ଼ାଉ ହୋଇଥିଲା। ଏନେଇ ଘଟଣାର ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ।

Advertisment
Ganja Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe