Advertisment

ସଶସ୍ତ୍ର ଡକାୟତି, ପରିବାର ଲୋକଙ୍କୁ ତାଲା ପକାଇ ନେଇଗଲେ ୨୫ ଭରିର ସୁନାଗହଣା

୧୨ ଜଣ ଡକାୟତ ଦଳ ପାଚେରି ଡେଇଁ ଘରୁ ଚମ୍ପଟ ମାରିବା ସମୟରେ ଜଣେ ଡକାୟତ ତଳେ ଖସି ପଡ଼ିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

ପରିବାର ଲୋକଙ୍କୁ ମାଡ଼ କରି ତାଲା ପକାଇ ଘରେ କଳାକନା ବୁଲାଇ ଦେଲେ ଡକାୟତି ଦଳ। ଘରୁ ୨୫ ଭରିର ସୁନା ଅଳଙ୍କାର ଓ  ଟଙ୍କା ପଇସା ନେଇ ଚମ୍ପଟ ମାରିଲେ। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଓଲମା ଗାଁରେ।

Advertisment

ଗତକାଲି ବିଳମ୍ବିତ ରାତିରେ ଧନଞ୍ଜୟ ସାହୁଙ୍କ ଘରେ ୧୨ ଜଣିଆ ଡକାୟତ ଦଳ ପଶିଥିଲେ। ପରେ ଘରର ସଦସ୍ୟଙ୍କୁ ଗୋଟିଏ କୋଠରୀରେ ତାଲା ପକାଇ ବନ୍ଦ କରି ଦେଇଥିଲେ। ପରିବାର ଲୋକେ ଏନେଇ ପ୍ରତିବାଦ କରିବାରୁ ଡକାୟତ ଦଳ ପରିବାର ସଦସ୍ୟଙ୍କୁ ମାଡ଼ ମାରିଥିଲେ। ପରେ ସେମାନେ ଘରୁ ୨୫ ଭରି ସୁନା ଅଳଙ୍କାର ଓ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏହାସହ ଘରର କିଛି ଆସବାବ ପତ୍ର ଭାଙ୍ଗି ଦେଇଥିଲେ।

୧୨ ଜଣ ଡକାୟତ ଦଳ ପାଚେରି ଡେଇଁ ଘରୁ ଚମ୍ପଟ ମାରିବା ସମୟରେ ଜଣେ ଡକାୟତ ତଳେ ଖସି ପଡ଼ିଥିଲା। ତାର ଗୋଡ଼ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକେ ସେହି ଡକାୟତକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଡକାୟତଙ୍କୁ ଥାନାକୁ ନେ଼ବା ସହ ଅନ୍ୟ ଡକାୟତର ସମ୍ପର୍କରେ ପଚରାଉଚା କରୁଛି ଓ ଘଟଣାର ତଦନ୍ତ କରୁଛି।

Advertisment
Loot Kalahandi