Advertisment

ସାଧୁଙ୍କୁ ମାଡ଼ ମାରିବା ଘଟଣା: ୧୨ ଗିରଫ, ଟିଏମସିକୁ ଟାର୍ଗେଟ କଲା ବିଜେପି

ଘଟଣା ପଛରେ କୌଣସି ସାଂପ୍ରଦାୟିକ ଦିଗ ନଥିବା ପୁଲିସ୍‌ କହିଛି। ତଥାପି ଗିରଫ ୧୨ ଜଣଙ୍କ ମଧ୍ୟରେ କେହି ମୁସଲିମ ରହିଛନ୍ତି କି ନାହିଁ, ତା’ର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Sadhu

Sadhu

Advertisment

ପଶ୍ଚିମବଙ୍ଗରେ କିଛି ସାଧୁଙ୍କୁ ପିଲା ଚୋର ସନ୍ଦେହରେ ମାଡ଼ ମାରିବା ଘଟଣା ରାଜନୀତିକ ରୂପ ନେଇଛି। କ୍ଷମତାରୁ ଦୂରେଇ ଯାଇଥିବା ବିଜେପି ଏହି ଘଟଣା ପାଇଁ ହିନ୍ଦୁ କାର୍ଡ ଖେଳିବା ସହ ଟିଏମସିକୁ ଟାର୍ଗେଟ କରିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଭାଇରାଲ ଭିଡିଓ ଆଧାରରେ ପୁଲିସ୍‌ ୧୨ ଜଣଙ୍କୁ ଗିରଫ କରିଛି।

Advertisment

ମକର ସଂକ୍ରାନ୍ତି ଉପଲକ୍ଷେ ପଶ୍ଚିମବଙ୍ଗରେ ଆୟୋଜିତ ହେଉଥିବା ଗଙ୍ଗା ସାଗର ମେଳାରେ ଯୋଗୁ ଦେବାକୁ ସମଗ୍ର ଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସୁଛନ୍ତି। ଏହିକ୍ରମରେ ମେଳା ପାଇଁ ଉତ୍ତରପ୍ରଦେଶରୁ କିଛି ସାଧୁ କୋଲକତା ଆସିଛନ୍ତି। ସେମାନେ ଗଙ୍ଗା ସାଗର ଆଡ଼େ ଯାଉଥିବା ବେଳେ ବାଟ ଜାଣି ପାରି ନଥିଲେ। ତେଣୁ ସେ ରାସ୍ତାରେ ଯାଉଥିବା କିଛି ମହିଳାଙ୍କୁ ଠିକଣା ପଚାରି ଥିଲେ।

ସାଧୁମାନେ ପୂରା ପାଉଁଶ ମୁହଁ ଓ ଦେହରେ ବୋଳି ଥିବାରୁ ସେମାନଙ୍କୁ ଦେଖି ମହିଳାମାନେ ଚିତ୍କାର କରିଥିଲେ। ସେହିପରି ସାଧୁ ବେଶରେ ପିଲା ଚୋରି ପାଇଁ ଏମାନେ ଆସିଥିବା ମହିଳାମାନେ ଦାବି କରିଥିଲେ।

Advertisment

ବାସ୍‌ ଏହା ଶୁଣି କିଛି ଲୋକ ସଂଘବଦ୍ଧ ଭାବେ ସାଧୁମାନଙ୍କୁ ଆକ୍ରମଣ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ସହ ସାଧୁମାନଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା। ଏହାପରେ ସମସ୍ତଙ୍କୁ ଗାଡ଼ି କରି ଗଙ୍ଗା ସାଗର ମେଳାକୁ ପଠାଇଥିଲା।

ଘଟଣା ପଛରେ କୌଣସି ସାଂପ୍ରଦାୟିକ ଦିଗ ନଥିବା ପୁଲିସ୍‌ କହିଛି। ତଥାପି ଗିରଫ ୧୨ ଜଣଙ୍କ ମଧ୍ୟରେ କେହି ମୁସଲିମ ରହିଛନ୍ତି କି ନାହିଁ, ତା’ର ମଧ୍ୟ ଯାଞ୍ଚ ଆରମ୍ଭ ହୋଇଛି।

ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ବିଜେପି କ୍ଷମତାସୀନ ଟିଏମସିକୁ ଟାର୍ଗେଟ କରିଛି। ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବିଜେପି କହିଛି। 

ବିଜେପି ସାଂସଦ ଲକେଟ ଚାଟାର୍ଜୀ କହିଛନ୍ତି, “ପୁରୁଲିଆ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଧୁମାନେ ଗଙ୍ଗା ସାଗର ଯାଉଥିବା ବେଳେ ସେମାନଙ୍କୁ ଆକ୍ରମଣ କରାଯାଇଛି। ଟିଏମସି ଅଧୀନରେ ସୁରକ୍ଷା ବ୍ୟବସ୍ଥା କେତେ ବିପର୍ଯ୍ୟୟ ହୋଇପଡ଼ିଛି, ତା’ର ପ୍ରମାଣ ମିଳିଛି।

ମମତାଙ୍କ ସରକାର ଶାହଜାହାନ ଶେଖ ଭଳି ଆତଙ୍କୀବାଦୀକୁ ସୁରକ୍ଷା ଦେଉଥିବା ବେଳେ ସାଧୁମାନଙ୍କୁ ଆକ୍ରମଣ କରାଯାଉଛି। ବେଙ୍ଗଲରେ ଥିବା ହିନ୍ଦୁଙ୍କ ବାସ୍ତବ ଦୁଃଖ ସାମ୍ନାକୁ ଆସିଛି।”

ଆକ୍ରମଣପରେ ସାଧୁମାନଙ୍କୁ ପୁଲିସ୍‌ରେ ଅଭିଯୋଗ କରିବାକୁ କୁହାଯାଇଥିଲା। ସେମାନେ ରାଜି ମଧ୍ୟ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେମାନେ କୌଣସି ଅଭିଯୋଗ କରିବାକୁ ମନା କରିଥିଲେ। 

ପୁରୁଲିଆର ଟିଏମସି ଜିଲ୍ଲା ସଭାପତି ସୌମେନ ବେଲେଥାରିଆ କହିଛନ୍ତି, ଘଟଣାର ତଦନ୍ତ ଆରମ୍ଭ ହୋଇଛି ଓ ସତ୍ୟ ଖୁବଶୀଘ୍ର ସାମ୍ନାକୁ ଆସିବ। ଏପରି ଘଟଣା ଆଦୌ ଠିକ ନୁହେଁ। କିଛି ଗୁଜବର ପ୍ରଚାର କରାଯାଇଥିଲା ଓ ଏହାକୁ ବିଶ୍ୱାସ କରି ଲୋକେ ଉତ୍ତେଜିତ ହୋଇଥିଲେ। ସେମାନେ ସାଧୁମାନଙ୍କୁ ଆକ୍ରମଣ କରିଛନ୍ତି। ପୁଲିସ ଘଟଣାସ୍ଥରେ ପହଞ୍ଚି ସାଧୁମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। ଏବେ ସମସ୍ତ ସାଧୁ ସୁରକ୍ଷିତ ରହିଛନ୍ତି ବୋଲି ସେ କହିଛନ୍ତି।

Bjp TMC Kolkata
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe