Advertisment

ରାତିଅଧରେ ଫାଇନାନ୍ସ କମ୍ପାନୀରେ ପଶିଲେ ଦୁର୍ବୃତ୍ତ, ବାହାରୁ କବାଟଦେଇ ଜାଳିଦେଲେ ୧୨ ବାଇକ୍‌

ସୌଭାଗ୍ୟବଶଃତ ନିଆଁ ଅଫିସ ଭିତରକୁ ବ୍ୟାପି ନଥିଲା

author-image
Tapaswini Nayak
ଅଦ୍ୟତନ ହୋଇଛି
fire

fire

ରାତିଅଧରେ ଫାଇନାନ୍ସ କମ୍ପାନୀ ଭିତରକୁ ପଶିଲେ ଦୁର୍ବୃତ୍ତ। କର୍ମଚାରୀଙ୍କୁ ବାହାରୁ କବାଟଦେଇ ଜାଳି ଦେଲେ ୧୨ଟି ବାଇକ୍‌।  ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରିରେ ଥିବା ଫାଇଲାନ୍ସ କମ୍ପାନୀରେ। ଏନେଇ ଥାନାରେ ଟିକିରି ଥାନାରେ ଅଭିଯୋଗ ହୋଇଛି।

Advertisment

ଗତକାଲି ରାତି ପ୍ରାୟ ୨ଟା ସମୟରେ ଫାଇନାନ୍ସ ଅଫିସ ସମ୍ମୁଖରେ ଥିବା ୧୨ଟି ବାଇକରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଅଫିସ ଭିତରେ ଶୋଇଥିବା କର୍ମଚାରୀମାନେ ପୋଡ଼ା ଗନ୍ଧ ହେବାରୁ ଝରକା ଖୋଲି ଦେଖିଥିଲେ। ବାଇକ୍‌ ଗୁଡ଼ିକ ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ। ପରେ କର୍ମଚାରୀମାନେ ବାଇକରେ ଲାଗିଥିବା ନିଆଁକୁ ଲିଭାଇବାକୁ ଅଫିସ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ। ହେଲେ ଦୁର୍ବୃତ୍ତମାନେ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଲୋକେ ଆସି ନିଆଁକୁ ଆୟତ୍ତ କରିଥିଲେ।

ସୌଭାଗ୍ୟବଶଃତ ନିଆଁ ଅଫିସ ଭିତରକୁ ବ୍ୟାପି ନଥିଲା। ଅଫିସ ଭିତରେ ୫ ଜଣ କର୍ମଚାରୀ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଲୋକେ କବାଟ ଖୋଲିବା ପରେ ୫ ଜଣ କର୍ମଚାରୀ ବାହାରକୁ ଆସିଥିଲେ। ଏନେଇ ଟିକିରି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Rayagada