Advertisment

ଜମି ପାଇଁ ଦୁଇ ପରିବାର ମଧ୍ୟରେ ହଣାକଟା, ୧୨ ଆହତ

ଗୋଟିଏ ପରିବାରର ୮ ଜଣ ଓ ଅନ୍ୟ ଏକ ପରିବାରର ୪ ଜଣ ଆହତ ହୋଇଛନ୍ତି।

Attack

Attack

Advertisment

ବାଲେଶ୍ୱର ଜିଲ୍ଲା ସୋର ଥାନା ମୋହନପୁର ଗାଁରେ ଜମିଜମା ବିବାଦକୁ କେନ୍ଦ୍ରକରି ଦୁଇଟି ପରିବାର ମଧ୍ୟରେ ହଣାକଟା ହୋଇଛି। ଏଥିରେ ଉଭୟ ପକ୍ଷରୁ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଉଭୟ ପରିବାର ମଧ୍ୟରେ ଜମିରୁ ବାଡ଼ ଉପୁଡ଼ାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା l ପରେ ଏହା ଉଗ୍ରରୂପ ନେଇଥିଲା। ଉଭୟ ପକ୍ଷ ଖଣ୍ଡା ଓ ଭୁଜାଲିରେ ପରସ୍ପରକୁ ଆକ୍ରମଣ କରିଥିଲେ।

ଖବର ପାଇ ପୁଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇଥିଲା। ଗୋଟିଏ ପରିବାର ୮ ଜଣ ଆହତ ହୋଇଥିବା ବେଳେ ଅନ୍ୟ ପରିବାରର ୪ ଜଣ ଆହତ ହୋଇଛନ୍ତି।

Advertisment

ସୋର ପୁଲିସ୍ ଏହି ଘଟଣାରେ ୨ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଗୋଟିଏ ଖଣ୍ଡା ଜବତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe