Advertisment

କୋଲକତାରୁ ପାରାଦୀପ ଆସିଥିଲେ; ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ୧୨ ଅଟକ

ଗତକାଲି କୋଲକତାର ବାବୁଘାଟରୁ ୧୨ ଜଣ ବ୍ୟକ୍ତି ପାରାଦୀପ ଆସୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା।

author-image
Tapaswini Nayak
Detained People

Detained People

ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ପାରାଦୀପ ଥାନାରେ ୧୨ ଜଣଙ୍କୁ ଅଟକ ରଖିଛି ପୁଲିସ। ଅଟକଙ୍କ ମଧ୍ୟରେ୧୧ ଜଣ ଯୁବକ ଥିବାବେଳେ ଜଣେ ବୃଦ୍ଧ ଥିବା ଜଣାଯାଇଛି। ପୁଲିସ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରିବା ସହ ସେମାନଙ୍କୁ ପରିଚୟ ପତ୍ର ଯାଞ୍ଚ କରାଯାଇଛି।

Advertisment

ଗତକାଲି କୋଲକତାର ବାବୁଘାଟରୁ ୧୨ ଜଣ ବ୍ୟକ୍ତି ପାରାଦୀପ ଆସୁଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ସକାଳେ ପାରାଦୀପ ବସଷ୍ଟାଣ୍ଡରେ ସେମାନେ ଓହ୍ଲାଇବା ବେଳେ ସେମାନଙ୍କୁ ପୁଲିସ ଅଟକ ରଖିଥିଲା। ଅଟକ ବ୍ୟକ୍ତିମାନେ ବଙ୍ଗଳା ଭାଷାରେ କଥା କହୁଥିବା ଜଣାପଡ଼ିଛି। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପାରାଦୀପ ବସଷ୍ଟାଣ୍ଡ , ସମୁଦ୍ର କୂଳ, ଷଣ୍ଢକୁଦ ବସ୍ତି, ନେହରୁବଙ୍ଗଳା ଓ ମାଛଧରା ବନ୍ଦର ପରି ବିଭିନ୍ନ ସ୍ଥାନରେ ପୁଲିସ ଯାଞ୍ଚ କରୁଥିବା ବେଳେ ଉପକୂଳ ସମୁଦ୍ରରେ ମଧ୍ୟ ମେରାଇନ ପୁଲିସ ପକ୍ଷରୁ ପାଟ୍ରୋଲିଂ କରିବା ସହ ବୋଟଗୁଡିକରେ କଡାକଡି ଯାଞ୍ଚ କରାଯାଉଛି।

Advertisment
Paradeep Port Paradeep