Advertisment

ଘର ଘର ବୁଲି ଦୁଷ୍କର୍ମ ପୀଡ଼ିତା ସାହାଯ୍ୟ ମାଗିବା ଘଟଣା: ଗଠନ ହେଲା ଏସଆଇଟି

ଦୁଷ୍କର୍ମ ଯୋଗୁ ପୀଡ଼ିତାଙ୍କ ଶରୀରରୁ ରକ୍ତ ଝରୁଥିଲା। ସେ ଅର୍ଦ୍ଧନଗ୍ନ ଅବସ୍ଥାରେ ରହିଥିଲେ।

author-image
Hemant Lenka
MP

MP

ମରି ଯାଇଛି ମାନବିକତା, ହଜି ଯାଇଛି ମଣିଷ ପଣିଆ। ସାମ୍ନାକୁ ଆସିଥିବା ଘଟଣା ସମସ୍ତଙ୍କ ମୁଣ୍ଡକୁ ଲଜ୍ଜାରେ ତଳକୁ କରି ଦେଇଛି। ଆଜିର ସ୍ୱାର୍ଥପର ମଣିଷ ସମାଜର ଅସଲ ମୁଖା ଖୋଲି ଦେଇଛି ଗୋଟିଏ ଘଟଣା। ଜଣେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକା ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ବୁଲିବୁଲି ଏ ଘରରୁ ସେ ଘରକୁ ଯାଇ ସହଯୋଗ ମାଗିଥିଲେ। କିନ୍ତୁ ତାଙ୍କୁ କେହି ବି ସହଯୋଗର ହାତ ବଢ଼ାଇ ନାହାନ୍ତି।

Advertisment

ଦୁଷ୍କର୍ମ ଯୋଗୁ ପୀଡ଼ିତାଙ୍କ ଶରୀରରୁ ରକ୍ତ ଝରୁଥିଲା। ସେ ଅର୍ଦ୍ଧନଗ୍ନ ଅବସ୍ଥାରେ ରହିଥିଲେ। ଏଥିପାଇଁ ସେ ରାସ୍ତା କଡ଼ରେ ରହୁଥିବା ଲୋକଙ୍କ ଦ୍ୱାରକୁ ଯାଇ ସହଯୋଗ ମାଗିଥିଲେ। ସାହାଯ୍ୟ ବଦଳରେ ମୁଖା ପିନ୍ଧା ଜଣେ ଭଦ୍ର ଲୋକ ତାଙ୍କୁ କେମିତି ସେଠାରୁ ତଡ଼ି ଦେଉଛନ୍ତି, ସେ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶର ଉଜ୍ଜୟୀନ ଠାରୁ ୧୫ କିମି ଦୂର ବଡନଗର ରୋଡରେ ପୂରା ଘଟଣା ଘଟିଛି। ରାସ୍ତାର ନାଁ ବଡ଼ନଗର ହୋଇଥିଲେ ହେଁ ସେଠାରେ ରହୁଥିବା ଲୋକମାନେ ନିଜର ଛୋଟ ପ୍ରକୃତି ଦେଖାଇଛନ୍ତି। ସିସିଟିଭିରେ ମଧ୍ୟ ପୂରା ଘଟଣା କଏଦ ହୋଇଛି। ଏଥିରେ ଜଣେ ନାବାଳିକା କେମିତି ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ବୁଲିବୁଲି ସହଯୋଗ ମାଗୁଛନ୍ତି, ତା’ର ଦୃଶ୍ୟ ରହିଛି। 

Advertisment

ଅର୍ଦ୍ଧନଗ୍ନ ଅବସ୍ଥାରେ ପୀଡ଼ିତା ନାବାଳିକା ଜଣଙ୍କ ରାସ୍ତାରେ ବୁଲିବୁଲି ନିରାଶ ହେବା ପରେ ନିକଟରେ ଥିବା ଗୋଟିଏ ଆଶ୍ରମ ନିକଟରେ ପହଞ୍ଚିଥିଲେ। ସେଠାରେ ଥିବା ଜଣେ ବ୍ରାହ୍ମଣ ତୁରନ୍ତ ଯୌନ ନିର୍ଯାତନାର ଆଶଙ୍କା ପରି ନାବାଳିକାଙ୍କୁ ଗୋଟିଏ ଟାୱେଲ ସାହାଯ୍ୟରେ ଘୋଡ଼ାଇ ଦେଇଥିଲେ। ଏହାପରେ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରୀ ମାଇନା ପରେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି।

ତାଙ୍କ ଶରୀରେ ଥିବା କ୍ଷତ ଚିହ୍ନ ଗୁରୁତର ଥିବାରୁ ତାଙ୍କୁ ଇନ୍ଦୋର ସ୍ଥାନାନ୍ତର କରାଯାଇଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଏତିକି ବେଳେ ପୁଲିସ୍‌ କର୍ମଚାରୀ ରକ୍ତ ମଧ୍ୟ ଦେଇଛନ୍ତି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ଯେତେବେଳେ ଜଣେ ପୁଲିସ ଅଧିକାରୀ ପୀଡ଼ିତାଙ୍କୁ ତାଙ୍କ ନାଁ ଓ ଠିକଣା ପଚାରି ଥିଲେ ସେତେବେଳେ ସେ କୌଣସି ଉତ୍ତର ଦେଇ ପାରି ନାହାନ୍ତି। ପୁଲିସ୍‌ ଏହି ଘଟଣାରେ ମାମଲାରେ ରୁଜୁ କରିଛି। ସେହିପରି ସରକାର ମଧ୍ୟ ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, “ଗୋଟିଏ ଏସଆଇଟି ଗଠନ କରାଯାଇଛି। ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି। ପୀଡ଼ିତା ଜଣଙ୍କ ଠିକ ଭାବେ କଥାବାର୍ତ୍ତା କରି ପାରୁ ନାହାନ୍ତି। ସେ ଉଜ୍ଜୟୀନର ବାସିନ୍ଦା ଭଳି ଲାଗୁ ନାହାନ୍ତି। ତାଙ୍କ ଘର ସମ୍ଭବତଃ ଆଉ କେଉଁଠି।”

ଉଜ୍ଜୟୀନ ପୁଲିସ୍‌ ମୁଖ୍ୟ ସଚିନ ଶର୍ମାଙ୍କ କହିବା କଥା ଯେ ପୀଡ଼ିତାଙ୍କ ପରିଚୟ ଜାଣିବା ପାଇଁ ଲୋକଙ୍କ ସହଯୋଗ ଲୋଡ଼ା ଯାଇଛି। ଲାଗୁଛି ତାଙ୍କ ଘର ଉତ୍ତର ପ୍ରଦେଶର ପ୍ରୟାଗରାଜରେ। ତଥାପି ଏ ଦିଗରେ ତଦନ୍ତ କରାଯାଉ।

Madhya Pradesh Stop Rape