Advertisment

୧୨୦୦ ବୋତଲ କଫ ସିରପ୍ ଜବତ, ୩ ଗିରଫ

ବୋଲେରୋରେ କଟକରୁ ବଲାଙ୍ଗିର ଅଭିମୁଖେ ଆସୁଥିଲା ବେଆଇନ କଫସିରଫ

cough syrup

cough syrup

Advertisment

୧୨୦୦ ବୋତଲ କଫ ସିରପ୍ ଜବତ। ବୋଲେରୋକୁ ଏସ୍କର୍ଟ କରି ନେଉଥିବା ବାଇକ୍ ଜବତ, ୩ ଗିରଫ। ଗିରଫ ବ୍ୟକ୍ତିଙ୍କ ପରିଚୟ ହେଲା ସେମାନେ ବଲାଙ୍ଗିର ସହର ବରପାଲି ପଡ଼ାର ତିନି ଜଣ ଯୁବକ। କଟକରୁ ବଲାଙ୍ଗିର ଚାଲାଣ ବେଳେ ଧରିଲା ବଲାଙ୍ଗିର ଟାଉନ୍ ଥାନା ପୁଲିସ।

Advertisment

ସୂଚନା ଅନୁସାରେ ଏକ ବୋଲେରୋରେ କଟକରୁ ବଲାଙ୍ଗିର ଅଭିମୁଖେ ଆସୁଥିଲା ବେଆଇନ କଫସିରଫ। ଗୋଟିଏ ଆପାଚି ବାଇକ୍‌ରେ ବୋଲେରୋକୁ ଏସ୍କର୍ଟ କରୁଥିଲା ଜଣେ କଫସିରଫ ବେପାରୀ। ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା ବଲାଙ୍ଗିର ଟାଉନ ପୁଲିସ। ପୁଲିସ ତାର ଏକ ସ୍ୱତନ୍ତ୍ର ଟିମ ସହ ବୋଲେରୋକୁ ପିଛା କରିଥିଲା। ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ବୋଲେରୋକୁ କାବୁ କରିଥିଲା। ଏହା ସହିତ ବୋଲେରୋକୁ ଏସ୍କର୍ଟ କରି ନେଉଥିବା ବାଇକ୍ ଚାଳକଙ୍କୁ ମଧ୍ୟ ଗିରଫ କରିଛି ପୁଲିସ।

ଜବତ ବେଳେ ବୋଲେରୋ ଭିତରୁ ୧୨ ଶହ ବୋତଲ କଫ ସିରଫ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ପୁଲିସ। ଏହାସହ କଫ ସିରଫ ଚାଲାଣ ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୁଲିସ।

Advertisment
3 Arrested Cough Syrup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe