Advertisment

୧୨୩୦ ବୋତଲ କଫ୍‌ ସିରପ ଜବତ;୨ ଗିରଫ

ଜବତ କଫ୍ ସିରପ Winserex, Phensegrip, Onerex ହୋଇଥିବା ସୂଚନା ରହିଛି।

ଅଦ୍ୟତନ ହୋଇଛି
cough syrup

cough syrup

Advertisment

କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍‌ଷ୍ଟାଣ୍ଡ ପାଖ ଦୀପୁ ହଟିଂରେ ଥିବା ଏକ ଭଡ଼ା ଘରେ ଚଢ଼ାଉ କରି ୧୨୩୦ ବୋତଲ କଫ୍‌ ସିରପ ଜବତ କରିଛି ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ। ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି।

Advertisment

ଗିରଫ ଦୁଇ ଜଣ ହେଲେ ଭଡ଼ାଘର ମାଲିକ ପୁନୀ ସ୍ୱାଇଁ ଓ କଫ୍ ସିରପ ବେପାରୀ ମହମ୍ମଦ ଇସ୍ପାକ ଗିରଫ । ଜବତ କଫ୍ ସିରପ Winserex, Phensegrip, Onerex ହୋଇଥିବା ସୂଚନା ରହିଛି।

ମହମ୍ମଦ ଇସ୍ପାକ ଝାଡ଼ଖଣ୍ଡରୁ କଫ୍ ସିରପ ଚୋରାରେ ଆଣି ଯୋଡ଼ା ଅଞ୍ଚଳର ଏକ ଭଡ଼ା ଘରେ ବେପାର କରୁଥିଲେ। ଏନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଜଢ଼ାଉ କରି ୧୨୩୦ ବୋତଲ କଫ୍‌ ସିରପ ଜବତ କରିଛନ୍ତି। ଏହି ଚେର କେଉଁଠିକି ଲମ୍ବିଛି, ପୁଲିସ କଫ୍ ସିରପ ବେପାରୀ ମହମ୍ମଦ ଇସ୍ପାକ ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Advertisment
Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe