Advertisment

କାନ୍ଦି କାନ୍ଦି ମାଆ କହୁଛନ୍ତି; ମୋ ଝିଅକୁ ମାରିଦେଲେ ସ୍କୁଲ କର୍ତ୍ତୃପକ୍ଷ

ଅର୍ପିତା ଫୋନ୍‌ କାଟିବାର କିଛି ସମୟ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଫୋନ୍‌ କରିଥିଲେ। ଶୀଘ୍ର ଆସି ମେଡ଼ିକାଲ୍‌ରେ ପହଞ୍ଚିବା ପାଇଁ ଅର୍ପିତାଙ୍କ ମାଆ ପୁଷ୍ପଲତାଙ୍କୁ କହିଥିଲେ। ଏକଥା ଶୁଣିବା ପରେ ପୁଷ୍ପଲତା ତର ତର ହୋଇ ଭଦ୍ରକ ମେଡ଼ିକାଲ୍‌ ଧାଇଁ ଯାଇଥିଲେ।

Student

Student

Advertisment

ମୋ’ ଝିଅକୁ ମାରିଦେଲେ ସ୍କୁଲ କର୍ତ୍ତୃପକ୍ଷ! କାନ୍ଦି କାନ୍ଦି ଆଜି ଏମିତି କହୁଛନ୍ତି ଜଣେ ମାଆ। ଯାହାର ଝିଅ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲ ହଷ୍ଟେଲରେ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲାରେ ଥିବା ଏକ ଜବାହର ନବଦୋୟ ବିଦ୍ୟାଳୟ ନାଁରେ ଆସିଛି ଏପରି ଅଭିଯୋଗ।

Advertisment

ଧାମନଗର କୁଟୁରିଆ ଗାଁର ସୁରେନ୍ଦ୍ର ବେହେରାଙ୍କ ବଡ଼ ଝିଅ ଅର୍ପିତା ବେହେରା ଚାନ୍ଦିମାଳ ଜବାହର ନବଦୋୟ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ(ବିଜ୍ଞାନ)ରେ ପଢ଼ୁଥିଲେ। ଷଷ୍ଠ ଶ୍ରେଣୀରୁ ସେଠାରେ ସେ ହଷ୍ଟେଲ୍‌ରେ ରହି ପଢ଼ୁଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଅର୍ପିତ ଘରକୁ ଫୋନ୍‌ କରିଥିଲେ। ଆଉ ତାଙ୍କ ମାଆଙ୍କ ସହିତ କଥା ହୋଇଥିଲେ। ସାନ ଭାଇ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବାରୁ ତାଙ୍କୁ ଶୁଭ କାମନା ଜଣାଇଥିଲେ। ତା’ପରେ ଅର୍ପିତା ଫୋନ୍‌ କାଟି ଦେଇଥିଲେ।

ଅର୍ପିତା ଫୋନ୍‌ କାଟିବାର କିଛି ସମୟ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଫୋନ୍‌ କରିଥିଲେ। ଶୀଘ୍ର ଆସି ମେଡ଼ିକାଲ୍‌ରେ ପହଞ୍ଚିବା ପାଇଁ ଅର୍ପିତାଙ୍କ ମାଆ ପୁଷ୍ପଲତାଙ୍କୁ କହିଥିଲେ। ଏକଥା ଶୁଣିବା ପରେ ପୁଷ୍ପଲତା ତର ତର ହୋଇ ଭଦ୍ରକ ମେଡ଼ିକାଲ୍‌ ଧାଇଁ ଯାଇଥିଲେ। ସେଠାରେ ଝିଅକୁ ପାଇନଥିଲେ। ତା’ପରେ ବାସୁବେବପୁର ମେଡ଼ିକାଲ୍‌ରେ ପହଞ୍ଚିଥିଲେ। ମେଡ଼ିକାଲ୍‌ରେ ପହଞ୍ଚିଲା ବେଳକୁ ଝିଅ ଅର୍ପିତଙ୍କ ମୃତଦେହ ବେଡ୍‌ରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ନିଜ ଆଖି ଆଗରେ ଝିଅର ମୃତଦେହ ଦେଖି ହତବାକ୍‌ ହୋଇପଡ଼ିଥିଲେ ମାଆ ପୁଷ୍ପଲତା। ଚେତା ହରାଇ ତଳେ ପଡ଼ି ଯାଇଥିଲେ। କେମିତି ମଲା ବୋଲି ବାରମ୍ୱାର ବାରମ୍ୱାର ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କୁ ଗୁହାରୀ କରିଥିଲେ।

Advertisment

ଚେତା ଫେରିବା ପରେ କାନ୍ଦି କାନ୍ଦି ପୁଷ୍ପଲତା କହିଛନ୍ତି, ମୋ’ ଝିଅକୁ ସେମାନେ ମାରିଦେଲେ। ପୂର୍ବରୁ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମରିଦେଇଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟୀତ୍ୱ ହୀନତା ଯୋଗୁ ଝିଅର ମୃତ୍ୟୁ ହୋଇଛି ସେ କହିଛନ୍ତି।

ଅନ୍ୟପକ୍ଷରେ ଶିକ୍ଷକ ଅଭୟ କାଣ୍ଡି କହିଛନ୍ତି, ଆଜି ସକାଳ ୮ଟାରେ ଅର୍ପିତାଙ୍କର କ୍ଲାସ୍‌ରେ ଥିଲା। କିନ୍ତୁ ସେ ଶ୍ରେଣୀକୁ ଆସିନଥିଲେ। ସକାଳ ୭.୪୫ ସମୟରେ ରୁମ୍‌ରେ ସେ ଫ୍ୟାନରେ ଝୁଲୁଥିବା ମାଟ୍ରନ୍ ଦେଖିବାକୁ ପାଇଥିଲେ। ତା’ପରେ ତାଙ୍କୁ ସେ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଶିକ୍ଷକ ଅଭୟ କାଣ୍ଡି କହିଛନ୍ତି।

ରିପୋର୍ଟ- ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳ

Bhadrak Bhadrak News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe