Advertisment

ନାବାଳିକାର ଆଖି ଫୁଟାଇ ଦେଲେ, ପାଟିରେ ମାଟି ପୂରାଇ ହତ୍ୟା କଲେ

ତାଙ୍କ ଆଖିକୁ ଆଖୁ ବାଡ଼ିରେ କଣା କରି ଦିଆଯାଇଛି। ତାଙ୍କ ପାଟିରେ କାଦୁଅ ପୂରାଇ ଦୀର୍ଘ ସମୟ ଧରି ନିର୍ଯାତନା ଦେବା ପରେ ତାଙ୍କୁ ହତ୍ୟା କରାଯାଇଛି।

author-image
Hemant Lenka
Killed

Killed

ଭୟଙ୍କର, ବର୍ବର ଓ ଅମାନବୀୟ। ଯେତେ ଯାହା କହିଲେ ମଧ୍ୟ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରୁ ଆସିଥିବା ଘଟଣା ପାଇଁ ସବୁ କିଛି କମ ପଡ଼ିବ। କାରଣ ଏଠାରେ ଜଣେ ୧୩ ବର୍ଷୀୟ ଛାତ୍ରୀଙ୍କୁ ଅପହରଣ କରାଯିବା ପରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି।

Advertisment

ତାଙ୍କ ଆଖିକୁ ଆଖୁ ବାଡ଼ିରେ କଣା କରି ଦିଆଯାଇଛି। ତାଙ୍କ ପାଟିରେ କାଦୁଅ ପୂରାଇ ଦୀର୍ଘ ସମୟ ଧରି ନିର୍ଯାତନା ଦେବା ପରେ ତାଙ୍କୁ ହତ୍ୟା କରାଯାଇଛି।

ରବିବାର ଦିନ ଛାତ୍ରୀ ଜଣଙ୍କ ସ୍ଥାନୀୟ ମଦ୍ରାସାରୁ ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ଏବେ ତାଙ୍କର କ୍ଷତାକ୍ତ ମୃତଦେହ ଗୋଟିଏ ଆଖୁ କିଆରିରୁ ଉଦ୍ଧାର କରାଯାଇଛି।

Advertisment

ଘଟଣାର ତଦନ୍ତ କରୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଅଭିଯୁକ୍ତମାନେ କିମ୍ବା ଜଣେ ଅଭିଯୁକ୍ତ ଛାତ୍ରୀଙ୍କୁ ଭୟଙ୍କର ଢଙ୍ଗରେ ନିର୍ଯାତନା ଦେବା ପରେ ହତ୍ୟା କରିଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ଶବକୁ ବ୍ୟବଚ୍ଛେଦ କରିଛନ୍ତି।

ଛାତ୍ର ଜଣଙ୍କ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି କି ନାହିଁ, ସେକଥା ଏଯାଏ ଜଣାପଡ଼ିନି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅତିରିକ୍ତ ଏସପି ନୈପାଲ ସିଂହ କହିଛନ୍ତି, “ଏହି ମାମଲାକୁ ଗୁରୁତ୍ୱର ସହ ନିଆଯାଇଛି ଓ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଏହାର ତଦନ୍ତ କରୁଛନ୍ତି। ଘଟଣା ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବା ପାଇଁ ୪ଟି ଟିମ ନିୟୋଜିତ ହୋଇଛନ୍ତି।

ସେହିପରି ଫରେନ୍ସିକ ଟିମ ମଧ୍ୟ ପ୍ରମାଣ ଯୋଗାଡ଼ କାମରେ ଲାଗିଛନ୍ତି। ଆମେ ସର୍ଭେଲାନ୍ସ ଟିମର ସହାୟତା ମଧ୍ୟ ନେଇଛୁ। ସ୍ଥାନୀୟ ଅଞ୍ଚଳର ସମସ୍ତ ଅସାମାଜିକ ବ୍ୟକ୍ତିମାନେ ମଧ୍ୟ ସ୍କାନରରେ ଅଛନ୍ତି। ଆମର ଆଶା ଆମେ ଖୁବଶୀଘ୍ର ଦୋଷୀ ପାଖରେ ପହଞ୍ଚିବୁ।”

ଛାତ୍ରୀଙ୍କ ଶବବ୍ୟବଚ୍ଛେଦ କରିଥିବା ଟିମରେ ସାମିଲ ଥିବା ଜଣେ ସଦସ୍ୟ ନିଜ ନାଁ ଗୋପନ ରଖି କହିଛନ୍ତି, “ପିଲାଟିର ଶରୀରରେ ୭ଟି ବଡ଼ କ୍ଷତଚିହ୍ନ ରହିଛି। ହତ୍ୟା ପୂର୍ବରୁ ତାଙ୍କୁ ଭୟଙ୍କର ଢଙ୍ଗରେ ନିର୍ଯାତନା ଦିଆଯାଇଛି।

ତାଙ୍କ ଗୁପ୍ତାଙ୍ଗ ନିକଟରେ ମଧ୍ୟ କ୍ଷତ ଚିହ୍ନ ରହିଛି। ତେବେ ସେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି କି ନାହିଁ, ସେକଥା ଜଣା ପଡ଼ି ନାହିଁ ବୋଲି ସେ କହିଛନ୍ତି।

Murder Uttar Pradesh