୧୪ କୋଟି ଠକେଇ, ବହିଷ୍କୃତ କନଷ୍ଟେବଳଙ୍କ ସମେତ ୨ ଗିରଫ

୫ ବର୍ଷ ତଳେ ଟଙ୍କା ହେରଫେର ଘଟଣାରେ ପୁଲିସ ଚାକିରିରୁ ତାଙ୍କୁ ବିଦା କରାଯାଇଥିଲା।

୨ ଅଭିଯୁକ୍ତ ଅନୁପଗଡ଼ର ଓ ସୁଧୀର

  • Published: Monday, 15 April 2024
  • , Updated: 15 April 2024, 07:18 PM IST

କ୍ରିପ୍ଟୋ କରେନ୍ସିରେ ନିବେଶ ନାଁରେ ୧୪ କୋଟି ଟଙ୍କା ଠକେଇ। ଫାଇଭ ଷ୍ଟାର ହୋଟେଲରେ ମିଟିଂ କରି ଲୋକଙ୍କୁ ଚୁନା ଲଗାଉଥିଲେ । ୨ କାର୍ପଟଦାରଙ୍କୁ ଏହି ଘଟଣାରେ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା।

ଏହି ୨ ଅଭିଯୁକ୍ତ ହେଲେ ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ ଓ ସୁନ୍ଦରଗଡ଼ର ସୁଧୀର ପଟେଲ। ଆଶ୍ଚର୍ଯ୍ୟର କଥା ହେଉଛି ଅଭିଯୁକ୍ତ ବେଦପ୍ରକାଶ ରାଜସ୍ଥାନ ପୁଲିସରେ ଜଣେ କନଷ୍ଟେବଳ ଭାବେ କାମ କରୁଥିଲେ। ୫ ବର୍ଷ ତଳେ ଟଙ୍କା ହେରଫେର ଘଟଣାରେ ପୁଲିସ ଚାକିରିରୁ ତାଙ୍କୁ ବିଦା କରାଯାଇଥିଲା।

୨୦୨୨ ମସିହାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରମୋସନାଲ ମିଟିଂ କରି ବେଦ ପ୍ରକାଶ କ୍ରିପ୍ଟୋ ସମ୍ପର୍କରେ ବିଶ୍ୱାସ ଜନ୍ମାଇଥିଲେ। ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ର ୫ଶହ ଲୋକଙ୍କ ଠାରୁ ଟଙ୍କା ଲୁଟିଥିଲେ।

Related story