Advertisment

ବ୍ୟାଙ୍କ ଲକର୍ ଭାଙ୍ଗି ୧୪ ଲକ୍ଷ ଟଙ୍କା ଲୁଟ୍

ଗୁରୁବାର ରାତିରେ ଦୁର୍ବୃତ୍ତ ମାନେ ବ୍ୟାଙ୍କରେ ପସି ଟ୍ରେଜେରୀ ଲକର୍ ଭାଙ୍ଗିଥିଲେ। ସେଥିରୁ ୧୪ ଲକ୍ଷରୁ ଅଧିକ ଟଙ୍କା ସହିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଧରି ଚମ୍ପଟ୍ ମାରିଥିଲେ।

Bank loot

Bank loot

Advertisment

ବ୍ୟାଙ୍କ ଲକର୍ ଭାଙ୍ଗି ୧୪ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ଡମ୍ପଡ଼ା ଶାଖାରେ।

Advertisment

ସୂଚନା ଅନୁସାରେ ଗୁରୁବାର ରାତିରେ ଦୁର୍ବୃତ୍ତ ମାନେ ବ୍ୟାଙ୍କରେ ପସି ଟ୍ରେଜେରୀ ଲକର୍ ଭାଙ୍ଗିଥିଲେ। ସେଥିରୁ ୧୪ ଲକ୍ଷରୁ ଅଧିକ ଟଙ୍କା ସହିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଧରି ଚମ୍ପଟ୍ ମାରିଥିଲେ।

ଆଜି ସକାଳୁ ବ୍ୟାଙ୍କର କର୍ମଚାରୀ ମାନେ ବ୍ୟାଙ୍କରେ ପହଞ୍ଚିବା ପରେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇ ଥିଲେ। ଏନେଇ ବ୍ୟାଙ୍କର ମ୍ୟାନେଜର ଚୋରୀ ହୋଇଥିବା ନେଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisment

ଏତଲାକୁ ଆଧାର କରି ଏସିପିଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ମାନେ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହିତ ଲୁଟେରାକୁ ଧରିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ବୋଲି ଏସିପି ମିହିର କୁମାର ପଣ୍ଡା ସୂଚନା ଦେଛନ୍ତି।

Cuttack Bank Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe