Advertisment

ଭିଜିଲାନ୍ସ ଟିମ୍‌କୁ ଦେଖି ଚେତା ହରାଇଥିବା କନିଷ୍ଠ ଯନ୍ତ୍ରୀଙ୍କ ଘରୁ ବାହାରିଲା ବିଡ଼ା ବିଡ଼ା ନୋଟ୍‌

ତାଙ୍କ ଘରୁ ପୁଳା ପୁଳା ସୁନା ଗହଣା ମିଳିଥିବା ବେଳେ କଟକ, ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରେ ଅଛି ବହୁ ପ୍ଲଟ।

author-image
Jitendra Garnayak
Purnachandra

Purnachandra

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ବେହୋସ ହୋଇଯାଇଥିବା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଘରୁ ଜବତ ହୋଇଛି ନଗଦ ୧୪ ଲକ୍ଷ ୮୧ ହଜାର ୩ ଶହ ଟଙ୍କା। କେବଳ ସେତିକି ନୁହେଁ, ତାଙ୍କ ଘରୁ ୩୦ ଭରି ସୁନା ଗହଣା ମିଳିଥିବା ସୂଚନା ମିଳିଛି। ଏହା ସହିତ ତାଙ୍କର ଏକାଧିକ ପ୍ଲଟ ଠାବ କରାଯାଇଛି। ରାୟଗଡ଼ାରେ ଶ୍ରୀ ଚୌଧୁରୀଙ୍କର ୪ଟି ପ୍ଳଟ ଥିବା ବେଳେ ଟିକିରିରେ ଗୋଟିଏଅଛି। ସେହିପରି ଭୁବନେଶ୍ୱର ଓ କଟକରେ ମଧ୍ୟ ତାଙ୍କର ପ୍ଲଟ ଥିବା ଜଣାପଡ଼ିଛି।

Advertisment

ଗତକାଲି ଜଣେ ଗାଁ ସାଥୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ। ଭିଜିଲାନ୍ସ ହାତରେ ଧରାପଡ଼ିବା ମାତ୍ରେ ସେ ଚେହା ହରାଇଥିଲେ ବୋଲି ଜଣାପଡ଼ିଛି। ତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ରାୟଗଡ଼ା ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କ ଘରୁ ୧୪ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି।

ମନରେଗାରେ ଏକ ରାସ୍ତା ତିଆରି ହୋଇଥିବା ବେଳେ ଏହାର ମାପଚୁପ କରିବା ଓ ଏଥିରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ରିଲିଜ୍ କରିବା ପାଇଁ ଜଣେ ଗାଁ ସାଥୀଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ।

Advertisment

Vigilance Raid Bribe Odisha Vigilance Vigilance Net Vigilance