/odisha-reporter/media/post_attachments/uploadimage/library/16_9/16_9_0/Girl_1736437068.jpg)
Girl
୩ ପ୍ରେମିକ ଭଲ ପାଉଥିଲେ। ହେଲେ ବାହା ହେବା ପାଇଁ ମନା କରିଦେଲେ ନାବାଳିକା। ଯେଉଁଥିପାଇଁ ପ୍ରତିଶୋଧ ପରାୟଣା ହୋଇ ନାବାଳିକାଙ୍କୁ ମାରି ଗଛରେ ଝୁଲାଇ ଦେଲେ! ଏପରି ଅଭିଯୋଗ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରୁ ଆସିଛି।
କଲ୍ୟାଣସିଂହପୁର ଥାନା ଡୁଙ୍ଗୁରିପାଲି ଗାଁର ଜେମା(ଛଦ୍ମନାମ)ଙ୍କୁ ପ୍ରାୟ ୧୪ ବର୍ଷ ହୋଇଥିଲା। ବାପାଙ୍କ ସହିତ କାମ ଦାମ କରୁଥିଲେ। ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ଜେମା କିନ୍ତୁ ଦେଖିବାକୁ ଭାରି ସୁନ୍ଦର। ସେଥିପାଇଁ ତାଙ୍କୁ ୩ ଜଣ ଯୁବକ ଏକ ତରଫା ପ୍ରେମ କରୁଥିଲେ। ହେଲେ କାହାର ଭଲ ପାଇବାକୁ ସ୍ୱୀକୃତି ଦେଉନଥିଲେ ଜେମା। ବିବାହ କରିବେ ନାହିଁ ବୋଲି ରୋକ୍ଠୋକ୍ ଭାବେ କରିଥିଲେ।
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ। ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଗାଁରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ- ରାୟଗଡ଼ାରୁ ମାଉଡି ବାରିକ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
