Advertisment

ପୁରୀ ପୁଲିସର ସ୍ପେଶାଲ୍ ଡ୍ରାଇଭ୍; ଘରକୁ ଫେରିଲେ ୧୪୫ ନିଖୋଜ ଶିଶୁ

୧୮ ବର୍ଷରୁ କମ ବୟସ୍କ ନାବାଳକ ଓ ନାବାଳିକା ନିଖୋଜ କିମ୍ବା ଘରୁ ପଳାଇଥିବା ନେଇ ଥାନାରେ ରିପୋର୍ଟ ହେବା ପରେ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Puri Sp

Puri Sp

ମାସେରୁ ଦେଢ଼ ମାସ ଭିତରେ ୧୪୫ ଜଣ ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୁରୀ ପୁଲିସ। ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନିଖୋଜ କିମ୍ବା ଘର ଛାଡ଼ି ପଳାଇଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଚଳାଇଥିଲା ସ୍ପେଶାଲ୍ ଡ୍ରାଇଭ୍। ଏଥିରେ ବଡ଼ ସଫଳତା ମିଳିଥିବା ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର।

Advertisment

ସେ କହିଛନ୍ତି ଯେ, ୧ ମାସରୁ ଦେଢ଼ ମାସ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ୧୪୫ ଜଣ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଲିଗାଲ ଗାର୍ଡିଆନ କିମ୍ବା ପରିବାରକୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ପିପିଲି ସବଡିଭିଜନର ୩୫ଜଣ, ନିମାପଡ଼ା ସବଡିଭିଜନର ୫୫, ସଦର ସବଡିଭିଜନର ୨୮ ଓ ପୁରୀ ସିଟି ସବଡିଭିଜନର ୨୭ଜଣଙ୍କୁ ନିଜର ପରିବାରର ଜିମାରେ ଦିଆଯାଇଛି।

୧୮ ବର୍ଷରୁ କମ ବୟସ୍କ ନାବାଳକ ଓ ନାବାଳିକା ନିଖୋଜ କିମ୍ବା ଘରୁ ପଳାଇଥିବା ନେଇ ଥାନାରେ ରିପୋର୍ଟ ହେବା ପରେ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା।ଏବେବି ଏହି ଅଭିଯାନ ଜାରି ରହିଛି ବୋଲି SP ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ଗତ ଜୁଲାଇ ୨୬ ତାରିଖରେ ପୁରୀ ବଳିଆପଣ୍ଡା ଥାନା ଲାଇଟହାଉସ ନିକଟରୁ ନିଖୋଜ ଜଣେ ପଇଡ଼ ବ୍ୟବସାୟୀଙ୍କ ୬ବର୍ଷର ଶିଶୁ କନ୍ୟାର ପତ୍ତା ଏଯାଏ ମିଳିପାରିନି। ବଳିଆପଣ୍ଡା ଥାନାରେ ମାମଲା ରୁଜୁ ପରେ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉଛି ଏବଂ ପୁଲିସ ଛାନବିନ ଚଳାଇଛି। କ୍ରାଇମବ୍ରାଞ୍ଚ ସହାୟତାରେ ତଦନ୍ତ ଚାଲିଥିବା ବେଳେ, ଲାଏ ଡିଟେକ୍ସନ ଟେଷ୍ଟ ଏବଂ ପୋଟ୍ରେଟ୍ ଏକ୍ସପର୍ଟଙ୍କ ସହାୟତା ନେବାକୁ ପୁଲିସ ଯୋଜନା କରୁଥିବା SP ସୂଚନା ଦେଇଛନ୍ତି।

Puri