Advertisment

ବିଲ୍ଡର ସଂସ୍ଥାର ଏମ୍‌ଡି ଗିରଫ, ଫ୍ଲାଟ୍ ଦେବେ କହି ୧୨୭ ଜଣଙ୍କ ଠାରୁ ୧୫ କୋଟି ଠକିଥିଲେ

ଠକେଇ ଅଭିଯୋଗରେ ମିଶ୍ର କ୍ରିଏସନ୍‌ ପ୍ରା.ଲି. ବିଲ୍ଡର ସଂସ୍ଥାର ଏମ୍‌ଡି ଜ୍ୟୋତିରଞ୍ଜନ ମିଶ୍ର ଗିରଫ।

ଅଦ୍ୟତନ ହୋଇଛି
the MD of the builder's company

the MD of the builder's company

Advertisment

ଠକେଇ ଅଭିଯୋଗରେ ମିଶ୍ର କ୍ରିଏସନ୍‌ ପ୍ରା.ଲି. ବିଲ୍ଡର ସଂସ୍ଥାର ଏମ୍‌ଡି ଜ୍ୟୋତିରଞ୍ଜନ ମିଶ୍ର ଗିରଫ। ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରିଛି ଇଓଡବ୍ଲୁ (ଅର୍ଥନୀତିକ ଅପରାଧିକ ଶାଖା)। ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୧୨୭ ଜଣଙ୍କୁ ସେ ଠକିଥିବା ତଦନ୍ତ ବେଳେ ଜଣାପଡ଼ିଛି। ୩୦ ମାସ ଭିତରେ ଫ୍ଲାଟ ଦେବାକୁ କହି ସେ ୨୦୧୬ ମସିହାରୁ ସେମାନଙ୍କୁ ଠକି ଆସୁଥିଲେ। 

Advertisment

ରସୁଲଗଡ଼ର ସ୍ୱଦେଶ ରାୟ ଏହି ଠକେଇର ଶିକାର ହୋଇ ଇଓଡବ୍ଲୁ ରେ ଅଭିଯୋଗ କରିଥିଲେ। ତାଙ୍କ ଭଳି ଆହୁରି ବହୁ ଲୋକ ଠକେଇର ଶିକାର ହୋଇଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଚଳିତ ମାସ ୧ ତାରିଖରେ ଏନେଇ ମାମଲା ରୁଜୁ କରି ଇଓଡବ୍ଲୁ ତଦନ୍ତ ଆରମ୍ଭ କରିଥିଲା।

ଅଭିଯୋଗକାରୀଙ୍କୁ ଚନ୍ଦକାରେ ଚାଲିଥିବା ପ୍ରୋଜେକ୍ଟରେ ଫ୍ଲାଟ ଯୋଗାଇ ଦେବାକୁ ଜ୍ୟୋତିରଞ୍ଜନ ୨୦୧୬ରେ ଆଡଭାନ୍ସ ନେଇଥିଲେ। ଏହି ଟଙ୍କା ଦେବାକୁ ସ୍ୱଦେଶ ବ୍ୟାଙ୍କରୁ ଲୋନ୍ ଆଣିଥିଲେ। ମାତ୍ର ଚୁକ୍ତି ମୁତାବକ ଏହି ବିଲ୍ଡର ସଂସ୍ଥା ନା ଫ୍ଲାଟ ଯୋଗାଇ ଦେଲା ନା ନେଇଥିବା ଅଗ୍ରୀମ ରାଶି ଫେରାଇଲା।

Advertisment

ସ୍ୱଦେଶଙ୍କ ଭଳି ଠକେଇର ଶିକାର ଅନ୍ୟମାନେ ମଧ୍ୟ ଥ୍ରୀପାଟି ଏଗ୍ରିମେଣ୍ଟ କରି ବ୍ୟାଙ୍କରୁ ଋଣ ଆଣିବା ପରେ ବିଲ୍ଡର ସଂସ୍ଥାକୁ ଅଗ୍ରୀମ ଆକାରରେ ଦେଇଛନ୍ତି। ଫ୍ଲାଟ ବୁକ୍ କରିଥିବା ଗ୍ରାହକଙ୍କ ଠାରୁ ଏହି ବିଲ୍ଡର ସଂସ୍ଥା ମୋଟ ଫ୍ଲାଟ ମୂଲ୍ୟର ପ୍ରାୟ ୯୫% ନେଇସାରିଛି। ହେଲେ ଫ୍ଲାଟ୍ ନଦେଇ ଠକି ଚାଲିଥିଲା। ୮ ବର୍ଷ ବିତି ଯାଇଥିଲେ ହେଁ ଫ୍ଲାଟ ବୁକ୍ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କେହି ବି ଫ୍ଲାଟ ପାଇ ନାହାନ୍ତି। 

ତଦନ୍ତ ବେଳେ ଅଭିଯୁକ୍ତ ଠାରୁ ଠକେଇର ଅନେକ ଦସ୍ତାବିଜ୍ ଜବତ କରିଛି ଇଓଡବ୍ଲୁ। ଗିରଫ ପରେ ଅଭିଯୁକ୍ତ ଓ ବିଲ୍ଡର ସଂସ୍ଥାର ଆର୍ଥିକ କାରବାର ଉପରେ ଇଓଡବ୍ଲୁ ଖୋଳତାଡ଼ ଜାରି ରଖିଥିବା ସୂଚନା ଦେଇଛି।

Crime Bhubaneswar EOW Cheat Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe