Advertisment

କଲୋନୀର ୧୫ଟି ଘରୁ ୪୦ ଲକ୍ଷରୁ ଅଧିକ ସୁନା ଗହଣା ଲୁଟ୍

କଲୋନୀର ଅଞ୍ଜନ କୁମାର ମୁଦୁଲି କହିଛନ୍ତି, ପୂର୍ବରୁ ଏମିତି କେବେ ହୋଇ ନଥିଲା। ଆମେ ଭାବୁ ଏଇଟା ସବୁଠୁ ସୁରକ୍ଷିତ ସ୍ଥାନ।

author-image
Jitendra Garnayak
Loot

Loot

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ ହୋଇଛି ବଡ଼ ଧରଣର ଚୋରି। ଗୋଟିଏ ରାତିରେ କଲୋନୀର ୧୫ଟି ଘରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପାଖାପାଖି ୪୦ ଲକ୍ଷ ଟଙ୍କାର ସୁନା ଗହଣା ସହ ୫ରୁ ୧୦ ଲକ୍ଷ ଟଙ୍କା ଚୋରି ହୋଇଥିବା କଲୋନୀ ବାସିନ୍ଦା ଅଭିଯୋଗ କରିଛନ୍ତି।

Advertisment

ଗତ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। ଶନିବାର ସକାଳେ ଘଟଣା ସଂପର୍କରେ ଜଣାପଡ଼ିଥିଲା। କାରଣ ପ୍ରାୟ ସମସ୍ତଙ୍କ ଘରର ମୁଖ୍ୟ ଦ୍ୱାର ଭଙ୍ଗା ଯାଇଥିଲା। ଏହି କଲୋନୀର କିଛି ବାସିନ୍ଦା ଛୁଟିରେ ଘରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କଲୋନୀ ପଛ ପାର୍ଶ୍ଵରୁ ଆସି ଚୋରି କରିଥିଲେ। ଦୁର୍ବୃତ୍ତମାନେ ପାଚେରୀର କଣ୍ଟା ତାର କାଟି ୧୫ଟି ଘରର କବାଟକୁ କଟର ସାହାଯ୍ୟରେ କାଟି ସୁନା ଗହଣା ଓ ଟଙ୍କା ଚୋରି କରି ନେଇଥିଲେ। ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀ ଓ ସାଇନ୍ଟଫିକ ଟିମ୍ ପହଞ୍ଚି ଯାଞ୍ଚ କରିଛନ୍ତି। 

କଲୋନୀର ଅଞ୍ଜନ କୁମାର ମୁଦୁଲି କହିଛନ୍ତି, ପୂର୍ବରୁ ଏମିତି କେବେ ହୋଇ ନଥିଲା। ଆମେ ଭାବୁ ଏଇଟା ସବୁଠୁ ସୁରକ୍ଷିତ ସ୍ଥାନ। କିନ୍ତୁ ଚୋରି ହୋଇଛି। ମୋର ବି ସୁନା ଗହଣା ଓ ଟଙ୍କା ଚୋରି ହୋଇଛି। ଏନେଇ ଥାନାରେ ଅଭିଯୋଗ କରିଛୁ। ପୁଲିସ୍ ଆସି ତଦନ୍ତ କରି ଯାଇଛି। 

Advertisment
Loot Lootera