ଭୁବନେଶ୍ୱର ସାଲିଆସାହି ପାଲଟିଛି ଦେଶୀ ମଦର ହବ୍। ଯେତେ ଚଢ଼ାଉ ହେଉଛି ସେତିକି ମଦ ଭାଟି ଠାବ ହେଉଛି। ଆଜି ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ସଲିଆସାହି ମୁଣ୍ଡା ସାହିରେ ରେଡ୍ ବେଳେ ଠାବ ହୋଇଛି ପୁଣି ଏକ ଚୋରା ଦେଶୀ ମଦ ଭାଟି। ବ୍ୟାପକ ପରିମାଣର ପୋଚ ଓ
ମଦ ନଷ୍ଟ କରିଛନ୍ତି ଅବକାରୀ କର୍ମଚାରୀ। ଏଥିସହ ମଦ ପ୍ରସ୍ତୁତ ପାଇଁ ରଖା ଯାଇଥିବା ପିଡ଼ିଆକୁ ମଧ୍ୟ ନଷ୍ଟ କରିଛି ଅବକାରୀ ବିଭାଗ ସ୍କ୍ୱାଡ୍।
ଦୁଇ ଦିନ ତଳେ ଆର୍ଥାତ ଶନିବାର ସାଲିଆସାହିର ନୟାଗଡ଼ ସାହି, ମୁଣ୍ଡା ସାହିରେ ଚଢାଉ କରି ୩ଟି ବେଆଇନ ମଦ ଭାଟିକୁ ନଷ୍ଟ କରିଥିଲା କମିଶନରେଟ ପୁଲିସ। ପାଖାପାଖି ସାଢ଼େ ୫ହଜାର ଲିଟର ମଦ ଜବତ କରିବା ସହ ୧୫ ହଜାର ଲିଟର ପୋଚକୁ ନଷ୍ଟ କରାଯାଇଥିଲା। ଘର ଭିତରେ ସିକ୍ରେଟ ଚାମ୍ବରରେ ମଦ କାରବାର ଚାଲିଥିଲା।
ସୂଚନାଯୋଗ୍ୟ, ଚିକିଟି ମଦ ମୃତ୍ୟୁ ଘଟଣାପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବେଆଇନ ମଦ ଭାଟିରେ ଚଢ଼ାଉ କରାଯାଇ ଦେଶୀମଦ ଜବତ କରାଯିବା ସହ ମଦ ମାଫିଆଙ୍କୁ ଗିରଫ କରାଯାଉଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗୁରୁଗ୍ରାମରେ ନାଇଟ୍ କ୍ଲବ୍ ଉପରକୁ ବୋମା ମାଡ଼, ଅଭିଯୁକ୍ତ ଗିରଫ
ହରିୟାଣା ଗୁରୁଗ୍ରାମ ସହରରେ ଥିବା ହ୍ୟୁମାନ୍ ନାଇଟ୍ କ୍ଲବ ଉପରକୁ ବୋମା ମାଡ଼। ଦୁଇ ଅଭିଯୁକ୍ତ ଗିରଫ।
Crime
ହୀରା ଅଳଙ୍କାର ବିକିବାକୁ ଯାଇଥିଲା; ଦୋକାନୀ ପଚାରିବାରୁ ଦୌଡ଼ିଲା...
ଭାବିଥିଲା ଗାଁରେ କିଛି ଦିନ ରହି ଚୋରି ଅଳଙ୍କାରକୁ ଏଠାରେ କୌଣସି ଅଳଙ୍କାର ଦୋକାନରେ ବିକିଦେବ। ଆଉ ମାଲାମାଲ୍ ହେବ। ଦୁଇଦିନ ତଳେ ସେ ସବୁ ଅଳଙ୍କାର ଧରି ଖଇରା ବଜାରରେ ଥିବା ଏକ ଅଳଙ୍କାର ଦୋକାନକୁ ଯାଇଥିଲା।
Crime
ହତ୍ୟା କରି ଜୁଇକୁ ଫିଙ୍ଗିଦେବା ମାମଲାରେ ୫ ଗିରଫ
ଆଦିବାସୀ ରୀତିନୀତିରେ ଦଶଙ୍କ ଜୁଇରେ ଲାଗିଥିଲା ନିଆଁ। ଆଖି ସାମ୍ନାରେ ହୁତୁହୁତ ହୋଇ ଜଳିଲା ଦଶଙ୍କ ଜୁଇ। ଠିକ୍ ସେତିକି ବେଳେ ଜୁଇଠାରୁ ଅଳ୍ପ ଦୂରରେ ଶିବ ବସି ମଦ ପିଉଥିଲେ। ଏହା ଦେଖି ମାଲ ଭାଇମାନେ ତାତି ଯାଇଥିଲେ।
Crime
‘ଯିଏ ନେବ, ସିଏ ଯିବ’
‘ଯଦି କ୍ୟାସ୍ଲେସ୍ କଲେ ଲୋକ ହଇରାଣ ନହେବେ, ତା’ହେଲେ ଆଗାମୀ ଦିନରେ ସଂପୂର୍ଣ୍ଣ ଜମି କିଣାବିକାକୁ ଆମେ କ୍ୟାସ୍ଲେସ କରିବାକୁ ଚେଷ୍ଟା କରିବୁ।’
Crime
୧୦ ବର୍ଷରେ ମଲେଣି ୮୫୭ ହାତୀ
ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନରେ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି, ୧୦ ବର୍ଷରେ ୩୦ଟି ଶିକାର ହୋଇଛନ୍ତି। ରେଳ ଦୁର୍ଘଟଣାରେ ୨୯ଟି, ପ୍ରତିହିଂଶା ପରାୟଣ ଦ୍ୱାରା ୧୬ ହାତୀ ମୃତ୍ୟୁବରଣ କରିଛନ୍ତି।