Advertisment

ପଶ୍ଚିମବଙ୍ଗରୁ ମୁକୁଳିଲେ ଅଟକ ଥିବା ୧୫୫ ଓଡ଼ିଆ

ଗତକାଲି ମେଦିନପୁର ଜିଲ୍ଲା କେଶପୁର ଖଡିକା ଅଞ୍ଚଳରେ ଥିବା କବିରାଜଙ୍କ ପାଖକୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ୧୫୫ ଜଣ  ଯାଇଥିଲେ।

Rescue people

Rescue people

Advertisment

ପଶ୍ଚିମବଙ୍ଗରୁ ସୁରକ୍ଷିତ ମୁକୁଳିଲେ ଅଟକ ଥିବା ୧୫୫ ଓଡ଼ିଆ। ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମଣନାଥ ଗେଟ୍ ନିକଟରେ ଓଡ଼ିଶା ପୁଲିସକୁ  ହସ୍ତାନ୍ତର କରିଥିଲା ପଶ୍ଚିମବଙ୍ଗ ପୁଲିସ। 

Advertisment

ଗତକାଲି ମେଦିନପୁର ଜିଲ୍ଲା କେଶପୁର ଖଡିକା ଅଞ୍ଚଳରେ ଥିବା କବିରାଜଙ୍କ ପାଖକୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ୧୫୫ ଜଣ  ଯାଇଥିଲେ।ଖଡିକା ଗାଁ ନିକଟରେ ପଶ୍ଚିମବଙ୍ଗ ଲୋକ ସେମାନଙ୍କୁ ଅଟକ ରଖିଥିଲେ। ପଶ୍ଚିମ ବଙ୍ଗରେ ଅଟକ ଥିବା ଓଡ଼ିଆମାନେ ଉଦ୍ଧାର ପାଇଁ ଏକ ଭିଡିଓ ବାର୍ତ୍ତା ପରିବାର ଲୋକଙ୍କ ପାଖକୁ ଜାରି କରିଥିଲେ। ପରିବାର ଲୋକେ ଏନେଇ ବାଲେଶ୍ୱର ଏସପି ସାଗରିକା ନାଥ ଓ ସାଂସଦ ପ୍ରତାପ ଷଡଙ୍ଗୀ ଘଟଣା ସଂପର୍କରେ ଜଣାଇଥିଲେ। ପରିବାର ଲୋକଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ।

ସାଂସଦ ପ୍ରତାପ ଷଡଙ୍ଗୀ ଏନେଇ ମେଦିନପୁର ପୁଲିସ ସହ ଯୋଗାଯୋଗ କରିଥିଲେ। ସେମାନଙ୍କୁ ଛାଡ଼ିବାକୁ କହିଥିଲେ। ପରେ ଗତକାଲି ବିଳମ୍ବିତ ରାତିରେ ଓଡ଼ିଶା ପୁଲିସକୁ ହସ୍ତାନ୍ତର କରିଥିଲା ପଶ୍ଚିମବଙ୍ଗ ପୁଲିସ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମହନ ମାଝୀ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ  ନୀଳଗିରି ବାସୀ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। 

Advertisment
Jaleswar Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe