Advertisment

ମାଟ୍ରିକ ପରୀକ୍ଷାରେ କମ୍ ନମ୍ବର ରହିବାରୁ ଛାତ୍ରୀ ରଚିଲେ ଅପହରଣ ନାଟକ, ବାପାଙ୍କୁ ମାଗିଲେ କୋଟିଏ ଟଙ୍କା

ଛାତ୍ରୀ ଜଣଙ୍କ ସାଥୀରେ ତାଙ୍କ ୬ ବର୍ଷର ଭଉଣୀଙ୍କୁ ନେଇ ଫେରାର ହୋଇଯାଇଥିଲେ।

author-image
Jitendra Garnayak
Abduction

Abduction

ଶୁକ୍ରବାର ପଶ୍ଚିମବଙ୍ଗରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ପରୀକ୍ଷା ଫଳ ଜାଣିବା ପାଇଁ କୋଲକାତାର ଜଣେ ଛାତ୍ରୀ ତାଙ୍କ ୬ ବର୍ଷର ସାନ ଭଉଣୀଙ୍କୁ ଧରି ନିକଟସ୍ଥ ଏକ ସାଇବର କାଫେକୁ ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ। ବାପାମା’ ବ୍ୟସ୍ତ ହୋଇପଡ଼ିଲେ। ଝିଅକୁ ଫୋନ୍ ଲଗାଇଲେ। କିନ୍ତୁ ଫୋନ୍ ଅନ୍‌ରିଚେବଲ କହିଲା। ତା’ପରେ ସେମାନେ ପୁଲିସର ସହାୟତା ନେଲେ। ଥାନାକୁ ଯାଇ ଦୁଇ ଝିଅ ନିଖୋଜ ହୋଇଯାଇଥିବା ନେଇ ଏତଲା ଦେଇଥିଲେ।

Advertisment

ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତା’ ଭିତରେ ଝିଅଟିର ବାପାଙ୍କ ପାଖକୁ ଏକ ଏସ୍‌ଏମ୍‌ଏସ୍ ଆସିଲା। ସେଥିରେ ତାଙ୍କର ଦୁଇ ଝିଅଙ୍କୁ ଅପହରଣ କରାଯାଇଥିବା ଲେଖାଯାଇଥିଲା। ୧ କୋଟି ଟଙ୍କା ଦେଲେ ସେମାନଙ୍କୁ ଛଡ଼ା ଯିବ ବୋଲି ମଧ୍ୟ ଉଲ୍ଲେଖ କରାଯାଇଥିଲା। ଏହା ସହିତ ନେପାଳଗଞ୍ଜ ଅଞ୍ଚଳକୁ ଆସି ଟଙ୍କା ଦେବାକୁ ତାଙ୍କୁ କୁହାଯାଇଥିଲା।

ଅନ୍ୟପକ୍ଷରେ ତଦନ୍ତ ବେଳେ ଝିଅଟିର ସ୍କୁଟି ସିଲଦା ରେଳ ଷ୍ଟେସନ ନିକଟରେ ମିଳିଥିଲା। ପୁଲିସର ସନ୍ଦେହ ହୋଇଥିଲା ଯେ ଝିଅଟି ତାଙ୍କ ଭଉଣୀଙ୍କୁ ଧରି କୌଣସି ଲୋକାଲ ଟ୍ରେନ୍‌ରେ କୃଷ୍ଣନଗର ଅଭିମୁଖେ ଯାଇଥିବେ। ଏଣୁ କୋଲକାତା ପୁଲିସ୍ ନଦିଆ ଜିଲ୍ଲା ପୁଲିସ ସହିତ ଯୋଗାଯୋଗ କରିଥିଲା ଓ ଝିଅଟିର ଫୋଟ ଏବଂ ପରିଚୟ ସେଠାକୁ ପଠାଇଥିଲା। ଏହା ସହିତ ଜିଆରପି ସହିତ ମଧ୍ୟ କୋଲକାତା ପୁଲିସ ଯୋଗାଯୋଗ କରିଥିଲା।

Advertisment

ଖୋଜାଖୋଜି ବେଳେ ନଦିଆ ଜିଲ୍ଲା ପୁଲିସ ନିଖୋଜ ଦୁଇ ଝିଅଙ୍କୁ କୃଷ୍ଣନଗରର ଡିଭାଇନ ନର୍ସିଂ ହୋମ ସାମ୍ନାରୁ ପାଇଥିଲା। ପୁଲିସ ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା।

ପଚରାଉଚରା ବେଳେ ଛାତ୍ରୀ ଜଣଙ୍କ କହିଥିଲେ ଯେ ସେ ମାତ୍ର ୩୧% ମାର୍କ ରଖିଛନ୍ତି। ଏହା ଦେଖି ତାଙ୍କ ମନ ବହୁତ ଖରାପ ହୋଇଯାଇଥିଲା। ତା’ସହିତ ସେ ଖୁବ୍ ଡରି ଯାଇଥିଲେ। କାରଣ ସେ ପରୀକ୍ଷାରେ ଭଲ କରିବେ ବୋଲି ତାଙ୍କ ବାପାମା’ଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବାପାମା’ଙ୍କୁ କେମିତି ସମ୍ମୁଖୀନ ହେବେ ଭାବି ଭାବି ସେ ଖୁବ୍ ଭୟଭୀତ ହୋଇଯାଇଥିଲେ ଓ ତା’ପରେ ଅପହରଣର ନାଟକ ରଚିଥିଲେ।

West Bengal Matric Result Abduction